ମାତୃସ୍ପର୍ଶ
ମାତୃସ୍ପର୍ଶ

1 min

236
ଜନନୀ ଗୋ !
ତବ ସ୍ନେହ ମମତାର ପବିତ୍ର ସ୍ପର୍ଶରେ
ଗଢା ଏଇ ତନୁ ମୋର
ତବ ଶିକ୍ଷା ଓ ଶାସନ ବେଡିରେ
ପାଇଛି ମୁଁ ମାଟିର ସଂସ୍କାର
କେବେ ଯଦି ନିଦ ଆସେନାହିଁ
ଢାଙ୍କିଦିଅ କୋମଳ ପଣତେ |
ତୁମ ମିଠା ଓଠେ
ସଂଗୀତର ମଧୁର ସେ ତାନେ
ଗୁଞ୍ଜରିତ ଆଜି ବି ମୋ କାନେ
ଶୁଣି ଯା’ରେ ଗହନ ନିଦ୍ରାରେ
ଶୋଇପଡୁଥିଲି ତୁମ ଚରଣରେ |