STORYMIRROR

Kali charan Maharana

Tragedy

3  

Kali charan Maharana

Tragedy

ଅପାସୋରା ସ୍ୱପ୍ନ

ଅପାସୋରା ସ୍ୱପ୍ନ

1 min
241

ମନେ ପଡେ ଆଜି ପିଲାଦିନ ଭାରି

ଗାଆଁ ତୋଟାମାଳ କଥା

ବଇଶାଖ ତାତି

ନଦୀହୁଡା ସାଥି

ସ୍ୱପ୍ନସବୁ ସ୍ମୃତିର କବର ତଳେ

ଲୁକାୟିତ ଅତୀତ ବକ୍ଷରେ

ଖୋଜିବୁଲେ ପାଇବା ଆଶାରେ

ହେଲେ ଦେବକି ଆଉ ସେ ଦେଖା?

ପାଉଁଶ ତଳର ନିଆଁ ଭଳି

କୁହୁଁଳୁଛି ମୋ ସ୍ମୃତି ଚିତା

ଶୀତଳତା ଭରିବାକୁ କିନ୍ତୁ

ନା ଅଛି ସୁନେଲି  ଭବିଷ୍ୟ

ନା ଅଛି ବର୍ତ୍ତମାନ

ନା ଅଛି ସ୍ୱପ୍ନର ନାୟିକା |

ଜରାଜୀର୍ଣ୍ଣ ହୃଦୟର ଘର

ନାହିଁ ତାର ଚାଳ ବା ଛପର

ଅତୀତର ଦରଗଢା ସ୍ୱପ୍ନସବୁ

ସୂର୍ଯ୍ୟସମ ତେଜିୟାନ

ସହି ହେଉନାହିଁ ଖରାର ପ୍ରକୋପ

ଶୁଖିଲାଣି ସଞ୍ଚିଥିବା

ହସ ଆଉ ଖୁସିର ସାଗର |


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Tragedy