ଅନ୍ଲାଇନ୍ ପାଠ
ଅନ୍ଲାଇନ୍ ପାଠ


ମିକୁରେ ମିକୁ
ଆ ଦେଖିବୁ
ବାପା ଆଣିଛନ୍ତି
ନୂଆ ମୋବାଇଲ୍
ଅନ୍ଲାଇନ୍ ପାଠ
ମୁଁ ପଢିବାକୁ |
ଚାରିମାସର କରୋନା ଦାଉ
ପାଠପଢା ଯାହା ଚୁଲିକି ଯାଉ,
ଟିଭି ଦେଖି ଦେଖି ବିରକ୍ତ ହେଲିଣି
ଏବେ ଟିକେ ଶାନ୍ତି ମିଳିବ ଆଉ |
ଘଣ୍ଟାଏ ପଢିବି ମୋବାଇଲ୍ରେ
ତା'ପରେ ମାତିବି ଖେଳାଖେଳିରେ,
ମୁଖପୁସ୍ତକରେ ସାଙ୍ଗସାଥି ସାଥେ
ଭାବ ବିନିମୟ ଖୁସି ମଜାରେ |
ପାଠପଢା ମୋର ବାହାନା ହେବ
ଚଳଚ୍ଚିତ୍ର ସାଥେ ଗୀତ ବାଜିବ
ଜାଣିପାରିବେନି ଘରଲୋକ ଆଉ
ମୁନି ସାଥେ ପ୍ରେମଭାବ ରହିବ |