STORYMIRROR

Banasmita Panda

Abstract Drama Tragedy

3  

Banasmita Panda

Abstract Drama Tragedy

ଅନୁମାନ

ଅନୁମାନ

1 min
220


ଟିକେ ଅନୁମାନ କରନା

ମୋ ନିବିଡ଼ ବନ୍ଧୁତ୍ୱର

ମୋ ଗଭୀର ପ୍ରେମର

ଆଜି ପ୍ରଯ୍ୟନ୍ତ ହୃଦୟ

ଭିତର କୋଠରୀ ରେ ତୁମେ

ଆଉ କାହାର ଆଗମନ

ତୁମକୁ କଷ୍ଟ

ସେଥିପାଇଁ ହୃଦୟକୁ କରିଛି

ଏକଲା ପଥିକ ଜୀବନ ପଥେ

ସ୍ମୃତିର କାନ୍ଥରେ

ଭାବନାର ବୃହତ ଦ୍ୱାର ଗୁଡିକରେ

ବିଶ୍ୱାସ ନାମକ ତାଲା

ଲୁହ ନାମକ ଚାବି

ବନ୍ଦ ରଖିଛି ଆମ ପ୍ରେମକୁ

କାହାଣୀ ଆମର ଖୁବ ପ୍ରସିଦ୍ଧ

ଏ ଦେଶରୁ ସେ ବିଦେଶ

ସେଥିପାଇଁ ସଭିଁ କୁନି କୁନି

ତାରା ଗୁଡିକୁ ମୁଖସ୍ତ କରାଇଛି

ପ୍ରେମରେ ଚିକ ମିକ ହେବା

ଥଣ୍ଡା ପଡି ନ ଯାଉ

ଏ ପ୍ରେମର ନିଆଁ

ଜହ୍ନର ଶୀତଳତାରେ

ସୂର୍ଯ୍ୟକୁ ଲୁଚାଇଛି

ଅମାନିଆ ମସ୍ତିଷ୍କ କରେ ପ୍ରଶ୍ନ

ସବୁ ପ୍ରେମ ନାମକ ନଦୀ

କଣ ପାଏ କୂଳ

ଆମ ପ୍ରେମ କହିଲା

ମୋ ପାଖେ କି ଉତ୍ତର

ପଚାର ସେ କଇଁକୁ

ଚାତକ ପରି ଚାହେଁ

ସେ ଜହ୍ନକୁ

ନ ପଚାରି ମୋତେ

ହୃଦୟ କରି ଦେଇଛି

ପ୍ରତିଟି ନିଶ୍ୱାସ ତା ଅପେକ୍ଷାକୁ !



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract