ଅନୁମାନ
ଅନୁମାନ
ଟିକେ ଅନୁମାନ କରନା
ମୋ ନିବିଡ଼ ବନ୍ଧୁତ୍ୱର
ମୋ ଗଭୀର ପ୍ରେମର
ଆଜି ପ୍ରଯ୍ୟନ୍ତ ହୃଦୟ
ଭିତର କୋଠରୀ ରେ ତୁମେ
ଆଉ କାହାର ଆଗମନ
ତୁମକୁ କଷ୍ଟ
ସେଥିପାଇଁ ହୃଦୟକୁ କରିଛି
ଏକଲା ପଥିକ ଜୀବନ ପଥେ
ସ୍ମୃତିର କାନ୍ଥରେ
ଭାବନାର ବୃହତ ଦ୍ୱାର ଗୁଡିକରେ
ବିଶ୍ୱାସ ନାମକ ତାଲା
ଲୁହ ନାମକ ଚାବି
ବନ୍ଦ ରଖିଛି ଆମ ପ୍ରେମକୁ
କାହାଣୀ ଆମର ଖୁବ ପ୍ରସିଦ୍ଧ
ଏ ଦେଶରୁ ସେ ବିଦେଶ
ସେଥିପାଇଁ ସଭିଁ କୁନି କୁନି
ତାରା ଗୁଡିକୁ ମୁଖସ୍ତ କରାଇଛି
ପ୍ରେମରେ ଚିକ ମିକ ହେବା
ଥଣ୍ଡା ପଡି ନ ଯାଉ
ଏ ପ୍ରେମର ନିଆଁ
ଜହ୍ନର ଶୀତଳତାରେ
ସୂର୍ଯ୍ୟକୁ ଲୁଚାଇଛି
ଅମାନିଆ ମସ୍ତିଷ୍କ କରେ ପ୍ରଶ୍ନ
ସବୁ ପ୍ରେମ ନାମକ ନଦୀ
କଣ ପାଏ କୂଳ
ଆମ ପ୍ରେମ କହିଲା
ମୋ ପାଖେ କି ଉତ୍ତର
ପଚାର ସେ କଇଁକୁ
ଚାତକ ପରି ଚାହେଁ
ସେ ଜହ୍ନକୁ
ନ ପଚାରି ମୋତେ
ହୃଦୟ କରି ଦେଇଛି
ପ୍ରତିଟି ନିଶ୍ୱାସ ତା ଅପେକ୍ଷାକୁ !