ଅନୁଭବ କରିବାକି ସୁଖର ତୃପ୍ତି
ଅନୁଭବ କରିବାକି ସୁଖର ତୃପ୍ତି
ଦୁନିଆରୁ ଗାନ୍ଧୀ ଗଲେ, ଗୋପବନ୍ଧୁ ଗଲେ ଓ
କାଲି ଆମେ ବି ଚାଲିଯିବାର ଅଛି
କାଳର ଗତି ଉପରେ ପ୍ରଭାବ ତ ପଡିବ ନାହିଁ
ଏହି ପ୍ରାକୃତିକ ନିୟମରେ କିଛି ।
ପ୍ରକୃତି ଦାୟିତ୍ୱ ଦେଇଛି ଆମକୁ କର୍ତ୍ତବ୍ୟ କର୍ମ
ସୁଚାରୁ ଭାବରେ ସମ୍ପାଦନ କରିବାକୁ
ତାକୁହିଁ ଆମେ ସଠିକ ଢଙ୍ଗରେ ସମ୍ପାଦିତ କରିବା
ଧରି ରଖି ଆମର ଜ୍ଞାନ ଓ ବିଜ୍ଞାନକୁ ।
ଏହାକୁ ହିଁ କର୍ମଯୋଗ କୁହାଯାଏ ସମସ୍ତ ଶାସ୍ତ୍ର
ପୁରାଣ ଓ ଧରମ ମାନଙ୍କରେ
ସୁଖର ତୃପ୍ତି ଅନୁଭବ କରିପାରିବା ହିଁ
ଆମର ବାସ୍ତବିକ ଜୀବନରେ ।
ମନେ ରଖିବା, ଏଥିରେ କୌଣସି କୁଟିଳତା କିମ୍ବା
ଜଟିଳତାର ଅପମିଶ୍ରଣ ହେଲେ
ନିଶ୍ଚିତ ସଂସାରରେ ଜୀବନ ଅନବରତ ଦଗ୍ଧିଭୂତ
ହେବ ଜାଣି ରଖିବା ଭଲେ ।
ଅଧିକ ପାଇବାର ଆଶା ଅନେକ ସମୟରେ ମନ
ଓ ପ୍ରାଣକୁ ଅଶାନ୍ତ କରି ରଖିଥାଏ
ତୃଷ୍ଣା, ଲାଳସା ଅବା ଆକାଂକ୍ଷାରୁ ଅଲଗା ରହିବା
ସଦା କର୍ମମୟ ଜୀବନରେ କଷ୍ଟ ହୋଇଥାଏ ।
ବ୍ୟକ୍ତିଗତ ସ୍ୱାର୍ଥର ତୃଷ୍ଣା, ଲାଳସା କେବେ ବି
କାହାର ପୂର୍ଣ୍ଣତା ଲାଭ କରେନାହିଁ
ଏ ତ ଅନ୍ଧ ଦୌଡ଼, ଅନେକ ସମୟରେ ପରିପୂର୍ଣ୍ନ
ବ୍ୟକ୍ତିତ୍ୱର ଠିକଣା ହଜାଇ ଦେଇଥାଇ ।
ତାହା ନା ସଠିକ ଭାବେ ଆଗକୁ ବଢିବାକୁ ଦିଏ, ନା
କର୍ମକୁ ସୁଚାରୁରୂପେ ସମ୍ପାଦିତ ହେବାକୁ ଦିଏ
ପରିଣାମରେ, କେବଳ ମହାଭାରତର ଦୁର୍ୟୋଧନ
ପରି ମଣିଷର ଦୁର୍ଦ୍ଦଶା ଭୋଗିବାକୁ ହୁଏ ।
ଉଦ୍ଧେଶ୍ୟ ଥାଏ ପବିତ୍ର ଓ ସମାଜର କଲ୍ୟାଣମୁଖୀ,
ଆତ୍ମନିର୍ଭରଶୀଳ ଓ କର୍ମଯୋଗୀ ଜୀବନରେ
ସିଏ ସାଧାରଣ ଅବା ରାଜନେତା ହେଉ, ସମୟ ତାର
ଅତିବାହିତ କରେ ଖୁସି ଓ ଆନନ୍ଦରେ ।
ଆଇନ ଶାସ୍ତ୍ରକୁ ପର୍ଯ୍ୟାଲୋଚନା କଲେ ପାଇବା
ଯେଉଁ ଆଚରଣ ପ୍ରକୃତିର ନିୟମ ବିରୁଦ୍ଧ
ସଂସାର ଚକ୍ର ପ୍ରକୃତିର ଅଧିନସ୍ଥ, ତେଣୁ ସେ ସମସ୍ତ
ଆଚରଣ ସବୁକୁ ଆଇନ କହେ ଅପରାଧ ।
ଏଇ ସରଳ ଚିତ୍ରକୁ ଅନୁଭବ କରି, କର୍ତ୍ତବ୍ୟ କାର୍ଯ୍ୟ
ଯଦି ଆମେ ସବୁ କରି ପାରିବା
ପରିପୂର୍ଣତା ଭିତରେ ଜୀବନ ନୌକାରେ ଆତ୍ମତୃପ୍ତି
ଅନୁଭବ କରି ସୁଖୀ ହୋଇବା ।
ସଂସାର ଚକ୍ର ପ୍ରକୃତିର ଅଧିନସ୍ଥ, ବ୍ୟକ୍ତି ହେଉ ଅବା
ସମାଜ ହେଉ ସଭିଏଁ ପ୍ରକୃତି ସହ ଅନୁବନ୍ଧିତ
ସାମୁହିକ ହେଉ ଅବା ବ୍ୟକ୍ତିଗତ ହେଉ, ନଜାଣିଲେ
ମଣିଷ ବାସ୍ତବତାରେ ଆସନ୍ତୋଷରେ ହୁଏ ପୀଡିତ ।
ପ୍ରକୃତି ସହ ସମାନ୍ତର ଭାବେ କର୍ମ କରି ପାରିଲେ
ସିଦ୍ଧିଲାଭ ସହ ଶାନ୍ତିର ପ୍ରତିଷ୍ଠା ହୋଇଥାଏ
ଯେଉଁଠି ଅସlମଞ୍ଜସ୍ୟ ପରିଲକ୍ଷିତ ହୁଏ, ସେଇଠି
ବିଭ୍ରାନ୍ତି ଓ ଅଶାନ୍ତିର ବାତାବରଣ ସୃଷ୍ଟି ହୁଏ ।
ଅନେକଙ୍କ ଦ୍ୱାରା ଅନେକ କାର୍ଯ୍ୟ ଓ ଭୂମିକାର ନିର୍ବାହ
ଅନାଦି କାଳରୁ ହୋଇ ଆସିଛି ପରିଚାଳିତ
ପହଁରି ସ୍ୱପ୍ନର ଜଳ ଭଉଁରୀରେ, ଘୃଣାର ହଳାହଳ ବିଷ
ବୁଣି ଶାଗୁଣା ହେଲେ ଆସିବକି ଅମୃତ କାଳ ସର୍ବତ୍ର ।
ଏହା ହୋଇପାରେ ହୁକୁମନାମା ଏକ ଶାସକର ଆତ୍ମ
ସ୍ପର୍ଦ୍ଧାର ତାଳିପିଟା ଥାଳିପିଟା ରାଷ୍ଟ୍ରପ୍ରେମ
ସଡକରେ ସଂସଦରେ ଭାଟ ମାନଙ୍କର ଶୋଭାଯାତ୍ରାରେ
ମିଳିବକି ଶାନ୍ତି ସମୃଦ୍ଧିର ବିଜୟ କଲମ ।
ନଗରେ ନଗରେ ଆଉ ଗ୍ରାମେ ଗ୍ରାମେ ଉଡ଼ାଇଲେ ରାଷ୍ଟ୍ରଧ୍ଵଜା, ଦେଖାଇଲେ ତ ସିଂହାସନ ପ୍ରତି ଅନୁରକ୍ତି,
ଘୃଣାର ହଳାହଳ ବିଷ ତ ବୁଣା ଚାଲିଛି, ବାସ୍ତବିକତାରେ,
ସମୟ କହିବ, ଅନୁଭବ କରିପାରିବାକି ସୁଖର ତୃପ୍ତି ।
