STORYMIRROR

Chittaranjan Nanda

Classics Inspirational Others

4  

Chittaranjan Nanda

Classics Inspirational Others

ଅନୁଭବ କରିବାକି ସୁଖର ତୃପ୍ତି

ଅନୁଭବ କରିବାକି ସୁଖର ତୃପ୍ତି

2 mins
227

ଦୁନିଆରୁ ଗାନ୍ଧୀ ଗଲେ, ଗୋପବନ୍ଧୁ ଗଲେ ଓ 

କାଲି ଆମେ ବି ଚାଲିଯିବାର ଅଛି

କାଳର ଗତି ଉପରେ ପ୍ରଭାବ ତ ପଡିବ ନାହିଁ 

ଏହି ପ୍ରାକୃତିକ ନିୟମରେ କିଛି ।


ପ୍ରକୃତି ଦାୟିତ୍ୱ ଦେଇଛି ଆମକୁ କର୍ତ୍ତବ୍ୟ କର୍ମ 

ସୁଚାରୁ ଭାବରେ ସମ୍ପାଦନ କରିବାକୁ

ତାକୁହିଁ ଆମେ ସଠିକ ଢଙ୍ଗରେ ସମ୍ପାଦିତ କରିବା

ଧରି ରଖି ଆମର ଜ୍ଞାନ ଓ ବିଜ୍ଞାନକୁ ।


ଏହାକୁ ହିଁ କର୍ମଯୋଗ କୁହାଯାଏ ସମସ୍ତ ଶାସ୍ତ୍ର 

ପୁରାଣ ଓ ଧରମ ମାନଙ୍କରେ

ସୁଖର ତୃପ୍ତି ଅନୁଭବ କରିପାରିବା ହିଁ

ଆମର ବାସ୍ତବିକ ଜୀବନରେ ।


ମନେ ରଖିବା, ଏଥିରେ କୌଣସି କୁଟିଳତା କିମ୍ବା 

ଜଟିଳତାର ଅପମିଶ୍ରଣ ହେଲେ

ନିଶ୍ଚିତ ସଂସାରରେ ଜୀବନ ଅନବରତ ଦଗ୍ଧିଭୂତ 

ହେବ ଜାଣି ରଖିବା ଭଲେ ।


ଅଧିକ ପାଇବାର ଆଶା ଅନେକ ସମୟରେ ମନ 

ଓ ପ୍ରାଣକୁ ଅଶାନ୍ତ କରି ରଖିଥାଏ

ତୃଷ୍ଣା, ଲାଳସା ଅବା ଆକାଂକ୍ଷାରୁ ଅଲଗା ରହିବା 

ସଦା କର୍ମମୟ ଜୀବନରେ କଷ୍ଟ ହୋଇଥାଏ ।


ବ୍ୟକ୍ତିଗତ ସ୍ୱାର୍ଥର ତୃଷ୍ଣା, ଲାଳସା କେବେ ବି 

କାହାର ପୂର୍ଣ୍ଣତା ଲାଭ କରେନାହିଁ 

ଏ ତ ଅନ୍ଧ ଦୌଡ଼, ଅନେକ ସମୟରେ ପରିପୂର୍ଣ୍ନ

ବ୍ୟକ୍ତିତ୍ୱର ଠିକଣା ହଜାଇ ଦେଇଥାଇ  ।


ତାହା ନା ସଠିକ ଭାବେ ଆଗକୁ ବଢିବାକୁ ଦିଏ, ନା 

କର୍ମକୁ ସୁଚାରୁରୂପେ ସମ୍ପାଦିତ ହେବାକୁ ଦିଏ

ପରିଣାମରେ, କେବଳ ମହାଭାରତର ଦୁର୍ୟୋଧନ 

ପରି ମଣିଷର ଦୁର୍ଦ୍ଦଶା ଭୋଗିବାକୁ ହୁଏ  ।


ଉଦ୍ଧେଶ୍ୟ ଥାଏ ପବିତ୍ର ଓ ସମାଜର କଲ୍ୟାଣମୁଖୀ, 

ଆତ୍ମନିର୍ଭରଶୀଳ ଓ କର୍ମଯୋଗୀ ଜୀବନରେ 

ସିଏ ସାଧାରଣ ଅବା ରାଜନେତା ହେଉ, ସମୟ ତାର 

ଅତିବାହିତ କରେ ଖୁସି ଓ ଆନନ୍ଦରେ ।


ଆଇନ ଶାସ୍ତ୍ରକୁ ପର୍ଯ୍ୟାଲୋଚନା କଲେ ପାଇବା 

ଯେଉଁ ଆଚରଣ ପ୍ରକୃତିର ନିୟମ ବିରୁଦ୍ଧ

ସଂସାର ଚକ୍ର ପ୍ରକୃତିର ଅଧିନସ୍ଥ, ତେଣୁ ସେ ସମସ୍ତ

ଆଚରଣ ସବୁକୁ ଆଇନ କହେ ଅପରାଧ ।


ଏଇ ସରଳ ଚିତ୍ରକୁ ଅନୁଭବ କରି, କର୍ତ୍ତବ୍ୟ କାର୍ଯ୍ୟ 

ଯଦି ଆମେ ସବୁ କରି ପାରିବା

ପରିପୂର୍ଣତା ଭିତରେ ଜୀବନ ନୌକାରେ ଆତ୍ମତୃପ୍ତି

ଅନୁଭବ କରି ସୁଖୀ ହୋଇବା  ।


ସଂସାର ଚକ୍ର ପ୍ରକୃତିର ଅଧିନସ୍ଥ, ବ୍ୟକ୍ତି ହେଉ ଅବା 

ସମାଜ ହେଉ ସଭିଏଁ ପ୍ରକୃତି ସହ ଅନୁବନ୍ଧିତ

ସାମୁହିକ ହେଉ ଅବା ବ୍ୟକ୍ତିଗତ ହେଉ, ନଜାଣିଲେ

ମଣିଷ ବାସ୍ତବତାରେ ଆସନ୍ତୋଷରେ ହୁଏ ପୀଡିତ ।


ପ୍ରକୃତି ସହ ସମାନ୍ତର ଭାବେ କର୍ମ କରି ପାରିଲେ 

ସିଦ୍ଧିଲାଭ ସହ ଶାନ୍ତିର ପ୍ରତିଷ୍ଠା ହୋଇଥାଏ

ଯେଉଁଠି ଅସlମଞ୍ଜସ୍ୟ ପରିଲକ୍ଷିତ ହୁଏ, ସେଇଠି 

ବିଭ୍ରାନ୍ତି ଓ ଅଶାନ୍ତିର ବାତାବରଣ ସୃଷ୍ଟି ହୁଏ ।


ଅନେକଙ୍କ ଦ୍ୱାରା ଅନେକ କାର୍ଯ୍ୟ ଓ ଭୂମିକାର ନିର୍ବାହ 

ଅନାଦି କାଳରୁ ହୋଇ ଆସିଛି ପରିଚାଳିତ

ପହଁରି ସ୍ୱପ୍ନର ଜଳ ଭଉଁରୀରେ, ଘୃଣାର ହଳାହଳ ବିଷ

ବୁଣି ଶାଗୁଣା ହେଲେ ଆସିବକି ଅମୃତ କାଳ ସର୍ବତ୍ର ।


ଏହା ହୋଇପାରେ ହୁକୁମନାମା ଏକ ଶାସକର ଆତ୍ମ 

ସ୍ପର୍ଦ୍ଧାର ତାଳିପିଟା ଥାଳିପିଟା ରାଷ୍ଟ୍ରପ୍ରେମ

ସଡକରେ ସଂସଦରେ ଭାଟ ମାନଙ୍କର ଶୋଭାଯାତ୍ରାରେ

ମିଳିବକି ଶାନ୍ତି ସମୃଦ୍ଧିର ବିଜୟ କଲମ ।


ନଗରେ ନଗରେ ଆଉ ଗ୍ରାମେ ଗ୍ରାମେ ଉଡ଼ାଇଲେ ରାଷ୍ଟ୍ରଧ୍ଵଜା, ଦେଖାଇଲେ ତ ସିଂହାସନ ପ୍ରତି ଅନୁରକ୍ତି,

ଘୃଣାର ହଳାହଳ ବିଷ ତ ବୁଣା ଚାଲିଛି, ବାସ୍ତବିକତାରେ,

ସମୟ କହିବ, ଅନୁଭବ କରିପାରିବାକି ସୁଖର ତୃପ୍ତି ।


Rate this content
Log in

Similar oriya poem from Classics