STORYMIRROR

Satyanarayan Sahoo

Comedy Tragedy Classics

4  

Satyanarayan Sahoo

Comedy Tragedy Classics

ଅନ୍ତଃର୍ଦାହ

ଅନ୍ତଃର୍ଦାହ

1 min
365


ଏ ମାୟା ସଂସାରେ ନିରନ୍ତର ଖାଏ

ନିତି ନିତି ଅନ୍ତଃର୍ଦାହ

ହୃଦୟରେ ଭରା , ଦୁଃଖର ପସରା

ଜ୍ଵାଳା ଯାତନା ପ୍ରବାହ ।

 ସମସ୍ୟା ଘେରରେ ଛନ୍ଦି ନିରନ୍ତରେ

 ଭାଳି ଲଜ୍ଜା ଅନ୍ତରରେ

 ଉଠେ ଚିତ୍ତ ବୃତ୍ତି ସମୂହ ବିକୃତି

ପ୍ରଭୃତିର ଅତ୍ୟାଚାରେ ।

ପ୍ରବୃତ୍ତି କାମନା ବାସନା ରଜ୍ଜୁରେ

ଅଭିନୟ କରି କରି 

ବିକଟ ଉତ୍କଟ ଅଭାବର ନାଟ

ସମାଜରେ ଭ୍ରଷ୍ଟାଚାରୀ ।

ଜନଙ୍କ ଦାଉରେ ଅତିଷ୍ଠ ପରାଣେ

ପୀଡ଼ା , କମ୍ଫ , ତୀବ୍ର ଶ୍ୱାସ

ଭଣ୍ଡତା ପ୍ରସାର ହେତୁ ସିନା ଆଜି

ଲୁପ୍ତ ସବୁଠି ବିଶ୍ୱାସ ।

ପ୍ରଭାବେ ଯାହାର ଜୀବନ ଅସହ୍ୟ

 ବେଦନା ଓ ଅନ୍ତଃର୍ଦାହ ।

ଜଳି ଜଳି ଚାଲେ ଜୀବନ ସଳିତା

ସହି ସହି ତୀବ୍ରତର

ବିଜ୍ଞାନ ବିଳାସେ ପ୍ରକୃତି ସୁନ୍ଦରୀ

ସାଜେ ନିତି ଭୟଙ୍କର ।

ପ୍ରଦୂଷଣ ବଢ଼େ ନିତି ଅନୁକ୍ଷଣ

ନଷ୍ଟ ଭ୍ରଷ୍ଟ ଏ ପ୍ରକୃତି

ନାହିଁ କାହିଁ ଆଉ ଅତୀତ ମଧୁର

ମୂର୍ଚ୍ଛନାରେ ଭରା ତୃପ୍ତି ।

ଦିନୁ ଦିନ ଏବେ ଅସୀମ ଗରବେ

ଧ୍ୱସ କରେ ନର ସବୁ

ସବୁଠାରେ ଆଜି ଅଶାନ୍ତିର ବୃଦ୍ଧି

ଦେହ ମନ ପ୍ରାଣ କାବୁ ।

କରିଦିଏ ନିତ୍ୟେ ବର୍ଦ୍ଧିତ ହାରରେ

ସମସ୍ୟା ଓ ବାଧାବିଘ୍ନ 

ଦୁର୍ବିପାକ ଲୀଳା , ଦୁର୍ଘଟଣା ଧାରା

ବଢ଼ଇ ଦିନକୁ ଦିନ ।

ଦେଖି ଦେଖି ସହି ସମ୍ଭାଳି ନପାରି

ଅନ୍ତଃର୍ଦାହ ଦହେ ମନ

ବିଚଳିତ କରେ ଶଙ୍କା ସଙ୍କଟରେ

 ଜନ୍ମ ଠୁଁ ଚିର ମରଣ ।

ଚିର ଦାହ୍ୟମନ ଦାବାଗ୍ନିର ସମ

ଦାହ୍ୟ ଦ୍ରବ୍ୟ ଦିଏ ଦହି

 ବନ ପୋଡ଼ିଗଲେ ସଭିଏଁ ଜାଣନ୍ତି

ମନ ନ ଜାଣନ୍ତି କେହି । 

ଦୁଃଖାର୍ତ୍ତ ପରାଣେ ପୀଡ଼ା ଉପଶମ

ପାଇଁ ସିନା ଆଶ୍ଵାସନା

ସପନ , ଭରସା ଦିଏ ନବ ଆଶା

ମାର୍ଜିତ କରେ ଚେତନା ।

ସ୍ପନ୍ଦନ ଆହ୍ବାନ ପୁଲକ ପ୍ଲାବନ 

ସବୁ ଲୁପ୍ତ ଧ୍ୱସ୍ତ ଆଜି

ଧୋକା ଖାଇ ଖାଇ ଚାଲି ଚାଲି ଆଜି

ପାଥେୟ ବିହୀନ ପ୍ରାୟ

ଅନ୍ତରକୁ ନିତି ଦହି କୋରିଦିଏ

ତୀବ୍ରତର ଅନ୍ତଃର୍ଦାହ ।

ଯାହାର ପ୍ରଭାବେ ହତାଶା ଉଦ୍ଭବେ

ଧ୍ବସ୍ତ ବିଧ୍ବସ୍ତ ଚେତନା

କେ ଦେବ ମରମେ  ପ୍ରୀତି ପୂର୍ଣ୍ଣ ମନେ

ନବ ଆଶା ଆଶ୍ୱାସନା ।

ଶୂନ୍ୟତା ପ୍ରକୋପ ତୀବ୍ରତର କମ୍ପ

ଯୋଗାଇ କରେ ଉନ୍ମନ। 

ତୀବ୍ରତର ତାପ ଭ୍ରମ ଭ୍ରାନ୍ତି ଲମ୍ଫ

ନାଶଇ ମନ ଚେତନା ।



Rate this content
Log in

Similar oriya poem from Comedy