STORYMIRROR

ପ୍ରିୟଦର୍ଶିନୀ ମହାନ୍ତି

Tragedy

3  

ପ୍ରିୟଦର୍ଶିନୀ ମହାନ୍ତି

Tragedy

ଅନ୍ତହୀନ ଅପେକ୍ଷା

ଅନ୍ତହୀନ ଅପେକ୍ଷା

1 min
20


କିଛି ପାଇବାକୁ ହେଲେ

ବଳିଦାନ ଦେବାକୁ ହୁଏ 

ବହୁତ କିଛି,

ବିନା କିଛି ମୂଲ୍ୟରେ 

ଦୁନିଆଟିଏ ମୁଁ କିନ୍ତୁ ପାଇଛି...


ତୁମେ ହୁଏତ ବ୍ୟସ୍ତ ରହିପାର

ତୁମ କମ୍ପୁଟର ଆଉ ଅନଲାଇନ ଦୁନିଆରେ,

ମୁଁ କିନ୍ତୁ କେବେ ନିଜକୁ ହଯାଏ

ପୁଣି କେବେ ଅସ୍ତିତ୍ୱକୁ ଲଭେ

ତୁମ ଖିଆଲରେ,

କାଗଜ,କଲମ ଡାଏରୀରେ,

ମୋ ସ୍ମୃତିକୁ ଲିପିବଦ୍ଧ କରିବାରେ...


ମୋ ଭାବନାର ଚୌହଦି

ତୁମ ସ୍ମୃତିରେ ଭରପୁର

ମୋ ପ୍ରେମର ପରିଧିରେ

କେବଳ ଛବି ହିଁ ତୁମର....

ଏଇ ତ ଆରମ୍ଭ ହେଲା

ତୁମ ପାଇଁ ଅନ୍ତହୀନ ଅପେକ୍ଷାର...।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Tragedy