STORYMIRROR

Kiranbala Rath

Tragedy

4  

Kiranbala Rath

Tragedy

ଯୌତୁକ ଜୁଇ

ଯୌତୁକ ଜୁଇ

1 min
330


ମାତୃ ଗର୍ଭରୁ ଜନ୍ମ ହେଲି ଯେବେ

କାନ୍ଦୁଥିଲି କୁଆଁ କୁଆଁ

ସେତେବେଳେ ବାପା କହିଥିବେ ମୋତେ

କାନ୍ଦନା ଲୋ ମୋର ମାଁ ।


କୁନି ଥିଲି ଯେବେ ଧୂଳି ଖେଳୁଥିଲି

ହେଉଥିଲି କେତେ ଦୁଷ୍ଟ

ତଥାପି ମୋର ବାପା, ମୋର ମାଁ ମୋ ' ମନରେ

ଦେଇ ନ ଥିଲେ କଷ୍ଟ ।


ପିଲା ଥିଲା ବେଳେ ମାଁ ପାଖରେ ମୋର

କରୁଥିଲି କେତେ ଅଳି

ପାଦକୁ କଚାଡି କାନ୍ଦୁଥିଲି

ଜହ୍ନ ମାମୁଁ ଆଣିଦିଅ ବୋଲି ।


ଗପ ଗୀତରେ ମୁଁ ମଜ୍ଜି ଯାଉଥିଲି

ଅଜା ଆଈ ପାଖରେ ଥାଇ

ଗାଁ ଦାଣ୍ଡରେ କହି ବୁଲୁଥିଲି 

ମୋର ସାଥିରେ ଅଛି ମୋର ଭାଇ ।

<

p>

ପ୍ରସ୍ତାବ ଆସିଲା ବାହାଘର ପାଇଁ

କରିଦେଲେ ମୋତେ ବାହା

ମୋର ଲୁହ ଦେଖି ସଭିଏଁ କାନ୍ଦିଲେ

କାନ୍ଦିଥିଲା ମୋର ଗାଁ।


ଜୀବନରେ କେବେ ମୁଁ ଭାବି ନ ଥିଲି

ଶାଶୁଘର ଏମିତିକା

କବାଟ କୋଣରେ କାନ୍ଦି ମୁଁ ବସିଲି

ନିଜକୁ ଭାବିଲି ଏକା ।


ଯୌତୁକ ପାଇଁ କେତେ ଯେ ମୁଁ ସେଇଠି

ଖାଇଲି ବେତ ପାହାର

ଭାତ , ଡ଼ାଲି ମୋ' ପାଇଁ ସପନ ହେଲା

ମାଡ଼ ହିଁ ହେଲା ଆହାର ।


ସଭିଙ୍କୁ ମୁଁ ସେଇଠି ବିକଳେ ଡାକିଲି

କାନ୍ଦିଲି ଧରିକି ରାହା

ଯୌତୁକ ଜୁଇ ରେ ଜଳୁଥିଲି ମୁହିଁ

କେହି ହେଲେ ନାହିଁ ସାହା ।


Rate this content
Log in

Similar oriya poem from Tragedy