STORYMIRROR

LALIT MOHAN DASH

Tragedy Inspirational

4  

LALIT MOHAN DASH

Tragedy Inspirational

ମାଆର ମମତା

ମାଆର ମମତା

1 min
319

ମାତୃତ୍ୱ ହିଁ ଅଟେ ଶ୍ରେଷ୍ଠ ଉପଲବ୍ଧି

ନାରୀର ପୂର୍ଣ୍ଣତା ପାଇଁ

ମାଆଟିଏ ହୋଇ ମାଆ ଧର୍ମ ନେଇ

ସନ୍ତାନ ପାଳଇ ସେହି l


ରକତ ନିଗାଡ଼ି ସହି ଦୁଃଖ ଝଡ଼ି

ଆଣେ ସିଏ ପୃଥିବୀକୁ

ନିଜ ବକ୍ଷ ଚିରି ଅମୃତ ପିଆଇ

ବଢାଏ ତା' ସନ୍ତାନକୁ l


ସବୁ ଧର୍ମ ଠାରୁ ମାତୃ ଧର୍ମ ହୁଏ

ତା' ପାଇଁ ସବୁଠୁ ଆଗରେ

ସନ୍ତାନ ସୁଖରେ ହସୁଥାଏ ସିଏ

ତା' ଦୁଃଖେ କାନ୍ଦେ ଅଧିରେ l


ନିଜ ସୁଖ ଭୁଲି ସନ୍ତାନକୁ ତାର

ଦେଇଥାଏ ସବୁ ଖୁସି

ଆଦରେ ଯତନେ ସ୍ନେହ ଶ୍ରଦ୍ଧା କରେ

କରି ଥାଏ ଆତ୍ମା ତୃପ୍ତି l


ମାଆର ମମତା ସରଗଠୁ ବଡ଼

ତା' ପାଖରେ ସବୁ ତୁଚ୍ଛ

ତ୍ୟାଗ ଉତ୍ସର୍ଗର ପ୍ରତିରୂପ ସିଏ

ସ୍ନେହ ମମତାର ଗୁଚ୍ଛ l



Rate this content
Log in

Similar oriya poem from Tragedy