Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Gouranga Charan Beura

Tragedy Inspirational

4  

Gouranga Charan Beura

Tragedy Inspirational

ଶହୀଦ ପ୍ରଣାମ

ଶହୀଦ ପ୍ରଣାମ

1 min
252



ମରଣ ବେଦୀରେ    ଇର୍ଷାର ବିବାହ

     ତାରଣ ବେଦୀରେ କର୍ମ,

ବିଧାତା ପୁରୁଷ     କର୍ମ ପଂଜିକାରେ

     କଷୁଥାନ୍ତି ବସି ଧର୍ମ ॥


ଶତୃ ବକ୍ଷ ଚିରି     କର୍ମବୀର ସାଜେ

     ମାଟି ମାଆ ହୁଏ ଧନ୍ୟା,

ଅମୃତ ଆତ୍ମାକୁ     ମାଟି ପାଇଁ ଢାଳି

     ଶହୀଦ ତାର ପାଉଣା ॥


ହିମ ବକ୍ଷେ ବୁଡି    କରେ ସେ ଲଢେଇ

      ଅଇରି ରକତ ପିଇ,

ସଂକଳ୍ପ ବୀଣାରେ    ଦେଶ ଭକ୍ତି ଗାଇ

      ଜଳାଏ ନିଜର ଜୁଇ ॥


ପଲ୍ଲବେ ଭୁଂଜଇ    ମୃତ୍ତିକାରେ ଲୋଟି

       ରକ୍ଷକ ସାଜି ମାଆର,

କଫନ ଭିତରେ     ଜନ୍ମ ମାଟି ପରେ

     ବୁହାଏ ଲୋତକ ଧାର ॥


ସୀମନ୍ତ ସିନ୍ଦୁର     ପୋଛି କରେ ଦୂର

     ବନ୍ଧୁକ ମୂନରେ ରହି,

କୋଳ ଶୂନ୍ୟ କରି    ଶହୀଦ ଖମ୍ବରେ

     ଅମର ଗୀତିକା ଗାଇ ॥


ଜୟହିନ୍ଦ୍ କହି      ଭୂଇଁରେ ଲୋଟଇ

     ଦେଶପ୍ରେମ ଦୀପ ଜାଳି,

ଶିଶୁର ଲୁହରେ     ଭଗିନୀ କୋହରେ

     ଜୁଇରେ ଯାଏ ସେ ଜଳି ॥


ତାହାରି ରକତେ      ଉଡଇ ତ୍ରିରଂଗା

      ଦେଶପ୍ରେମ ବାର୍ତ୍ତା ଦେଇ,

ଅମୃତ ଉତ୍ସବେ       ସଂକଳ୍ପ କରିବା

      ବନ୍ଦେ ମାତରମ୍ ଗାଇ ॥



Rate this content
Log in