STORYMIRROR

Panchanan Jena

Tragedy Others

4  

Panchanan Jena

Tragedy Others

ହୋଲୀ ପ୍ରହସନ

ହୋଲୀ ପ୍ରହସନ

1 min
334


କାଲି ସକାଳେ ଯେଉଁ ରଙ୍ଗ ଥିଲା

ସମସ୍ତଙ୍କର ପ୍ରୀୟପାତ୍ର

ଯେଉଁ ସାତରଙ୍ଗର ପସରା 

ହସ ଖୁସିର ଲହରୀ ମୁଖ-ଗାତ୍ର


ଆଜି ବିରକ୍ତ ଆରକ୍ତ ପରିତ୍ୟକ୍ତ

ବେରଙ୍ଗ ଦାଗ ରେ ବେଷ୍ଠିତ 

ଦେହ କାନ ଲଲାଟ ମଲାଟ

ଯତ୍ର ତତ୍ର ସର୍ବତ୍ର ପରିଚିତ ।

.

ରଙ୍ଗ ପିଚକାରୀ ରେ ଝୁମୁଥିଲା

ଦାଣ୍ଡ ଅଗଣା 

ଆଜି ଫାଟି ଚିତପଟାଙ୍ଗ

ଅସନା ଢମଣା ।

ଦେହ ମୁଣ୍ଡ ସର୍ବାଙ୍ଗରେ ଲାଗି

ଦିଶୁଥିଲା ରଙ୍ଗାରଙ୍ଗ

ହୋଲି ର ବାର୍ଷିକ ଉତ୍ସବର

 ବିଶୁଦ୍ଧ ମସ୍ତିର ଉମଙ୍ଗ ।


ଆଜି ସବୁଆଡ଼େ ଅଳିଆ

ଚିରା ଫଟା କପଡ଼ା ଡାଳରେ 

ଡାଳ ମାଙ୍କୁଡି ଖେଳୁଛି ହାଲିଆ

ଆମ୍ବ ଗଛରେ ଝୁଲି ଖାଉଛି ବାଆ

ମାଳ ମାଳ ଛିଣ୍ଡା ଚପଲ ଯୋତା

ମଦ ବୋତଲରେ କଟି ଗଲା ପାଦ ତଳ ଫିତା


ରଙ୍ଗ ବାଲା ବହୁତ ବିକିଲା

ମିଠା ଦୋକାନୀ ମାଲାମାଲ୍‌ 

ମଦ ଦୋକାନୀ କଥା ନ କହିଲେ ଭଲ

ଅଖାରେ ଟଙ୍କା ଭର୍ତ୍ତି ଥିଲା ।


ବିଚରା ସାଧାରଣ ଜନତା

ପର୍ବ ପର୍ବ।ଣୀର ମୁକୁଟ ଛଡା

ପିନ୍ଧି ପକେଇ ବାହାରିଲେ ରାଜ ରାସ୍ତା

ହ୍ୟାପି ହୋଲି

ବୁରା ମାନିବନି ହୋଲି

ମାନିଲେ ଧିରେ ଲଗେଇବି

ନ ମାନିଲେ ମୁଣ୍ଡଫଟା ଦେବି ।


କେଇ ଘଣ୍ଟାରେ ବଦଳି ଦେଲେ 

ରଙ୍ଗ ରୋଷଣୀରେ ପରି ପିତକାରୀ

ଆଜି ରାସ୍ତା ପାରି କଲାବେଳେ

ଅଳିଆ ଅସନା କୁଢ଼ କୁଢ଼ ଅଦରକାରୀ ।


କି ଲାଭ ମିଳୁଛି ବର୍ଷକୁ ବର୍ଷ କେଜାଣି

ହୋଲି ନାମରେ ଠେଲିଦେଇ

ପରିବେଶ ବେହାଲ ପାଣି ଲାଲେ ଲାଲ

ପ୍ରହସନ ପ୍ରଦୂଷଣ ବଢେଇ ।।


Rate this content
Log in

Similar oriya poem from Tragedy