ଆକାଶ ଛାତରୁ
ଆକାଶ ଛାତରୁ
କବିତା - ଆକାଶ ଛାତରୁ
ରଚନା - ପଞ୍ଚାନନ ଜେନା
ତାରିଖ -୨୨-୦୭-୨୦୨୬
++++++++++++++++
ଟୁପୁର୍ ଟାପୁରୁ
ଆଷାଢ଼ ମେଘଟା ଝରୁଛି ଝରୁ
ଗୁମ୍ ଗୁମ୍ ଗିଡ୍ ଗାଡ଼
କଳା ବଉଦଟା ଫାଟିବ ସାରୁ
କେତେମାସ ପରେ
ବର୍ଷାଋତୁଟା ଆସିଛି ଫେରି-- ଫେରୁ
ଗରବେ ରଡୁଛି ରଡୁ
ଅହଙ୍କାରେ ଗର୍ଜୁଛି ଗର୍ଜୁ
ରିମ୍ ଝିମ୍ ଗାଉଛି ଗାଉ
କାହିଁ ହେଉଛ ଏମିତି ସେମିତି ଗାରୁ ଗାରୁ ?
ଛିଞ୍ଚି ଦେଇ ଗଲା
ଝଡି ବରଷା ପୂବାଳି ପଟରୁ
ଛାତିତଳ ଅଭିମାନ ବୋଧେ ସାରୁଛି ସାରୁ
ବରଷା ରାତିଟା ଆହୁରି ଲାଗୁଛି ଭୟଙ୍କର
ବଜ୍ର ଗମ୍ଭୀର ଛାତିଥରା ଶବ୍ଦରେ ଥୁରୁ ଥୁରୁ
ଝପା ଝପା ମେଘ ପବନ
ରାତିଟା ନିଅଣ୍ଟ ଲାଗେ କନ କନ
ଝରକା ସେପାଖେ ମେଘ ମେଦୁର ରଡ଼ି
ଘର ଭିତରେ ବିରହ ବେଦନା ଯାଏ ବଢ଼ି ବଢ଼ି
ଭସେଇ ନିଏ ଅତୀତ ବର୍ତ୍ତମାନର
ସ୍କୃତି ବିଜଡ଼ିତ
ପ୍ରେମ ପ୍ରତୀକ୍ଷାର ନଈବଢ଼ି
ତୁମେ କାହିଁ ଗୁମସୁମ୍
ଘରଗୁମ୍ଫାରେ ଫେରା ଫେରୁ ?
ତମେ ନାହିଁ ବୋଲି
ମେଘୁଆ ରାତିଟା ବୋଧେ ଜାଣିଛି ଆଗରୁ
ଅଝଟ ଲଗେଇ ବର୍ଷୁଛି ବର୍ଷୁ
ଗଁ ଗାଁ ଅନର୍ଗଳ ଢାଳୁଛି ଢାଳୁ
ରାସ୍ତା ଘାଟ ଜଳ ପ୍ଳାବନ ପ୍ଳାବୁ
ମୋ ବିରହ ବ୍ୟାଥା ଭାବି କୋଡ଼େ ମଥା
କମ୍ପେଇ ଥରେଇ ଜଣେଇ ଦେଉଛି
ମୌନ ସମର୍ଥନ ସବା ଉପରୁ ଆକାଶ ଛାତରୁ
