STORYMIRROR

Panchanan Jena

Fantasy

4  

Panchanan Jena

Fantasy

ଶ୍ରାବଣଟା ଆସେ

ଶ୍ରାବଣଟା ଆସେ

1 min
0

କବିତା - ଶ୍ରାଣବଟା ଆସେ
 ରଚନା - ପଞ୍ଚାନନ ଜେନା
ତାରିଖ -୨୬-୦୭-୨୦୨୬
 ++++++++++++++++
 ଶ୍ରାବଣଟା ଯେବେ ଆସେ
ଛମ୍ ଛମ୍ ପାଉଁଜର ଧରି
ମୋ ଭିଜା ଦେହ କାନ୍ଥରେ
ଶହେ ହଜାରେ ପ୍ରୀତି ପୀୟୁଷ
 ଲେଖି ହେଇଯାଏ ଗାରେଇ କରି

 ଶ୍ରାବଣଟା ଯେବେ ଆସେ
ଗଦ୍ ଗଦ୍ ପାଇପ୍ ପ୍ରସାରି
ମୋ ମଜା ମନ ମନ୍ଦିରେ ଅୟୁତ ନିୟୁତ
ଶୁଭ ସଂକେତ ଶୁଭୁଥାଏ ଶଙ୍ଖନାଦ ଶବ୍ଦପରି

 ଶ୍ରାବଣଟା ଯେବେ ଆସେ
ପଡ୍ ପଡ୍ ଡେଙ୍ଗୁରା ଧରି
ମୋ ଶାନ୍ତ କାନ୍ତ କୋମଳ ମନରେ ଶତ କଦମ୍ବର
 ରୋମାଞ୍ଚିତ କ୍ରମ ଫୁଟୁଥାଏ ଦେହ ଶୀତେଇ କରି

 ଶ୍ରାବଣଟା ଯେବେ ଆସେ
ଫଡ୍ ଫଡ୍ ଫୋଟକା ମାରି
 ମୋ ବାଉଳା ବାତୁଳା ମନ କେଦାରେ ଲକ୍ଷେ ପ୍ରକାର
ନାଲି କଇଁଫୁଲ ଶୋଭା ବର୍ଦ୍ଧନ ଗୋବର୍ଦ୍ଧନ ଫୁଲବନ ପରି

 ଶ୍ରାବଣଟା ଯେବେ ଆସେ
 ଟୁପୁର୍ ଟାପୁର୍ ନୃତ୍ୟ କରି
ମୋ ନିରସ ନିରଳସ ମନ ଉଦ୍ୟାନେ
ପରାର୍ଦ୍ଦେ ସବୁଜ ବଳୟ ସୁଦୃଶ୍ୟ କରି

 ଶ୍ରାବଣଟା ଯେବେ ଆସେ
 ଗିଡ୍ ଗାଡ଼ କମାଣ ମାରି
ମୋ ଡରୁଆ ଛେରୁଆ ମନ କାନନେ
 ଅନେକ ଲାଜକୁଳି ଲତାକୁ ମୁକୁଳା କରି

 ଶ୍ରାବଣଟା ଯେବେ ଆସେ
ଚଡ୍ ଚାଡ଼ ଚାବୁକ୍ ଧରି
 ମୋ ସ୍ନେହ କାଙ୍ଗାଳ ମନ ଅଗଣାରେ
ହିଲ୍ଲୋଳ ମାରେ ଛୋଟ ମୋଟ ଖୁସି ଲହରି

 ଶ୍ରାବଣଟା ଯେବେ ଆସେ
 ଗଳଗଳ ଅନର୍ଗଳ ବର୍ଷଣ କରି
ମୋ ପ୍ରେମ ପରିଧିରେ ମନ ଦୋକାନରେ
ତାଲା ଖୋଲିଯାଏ ଠିଆପାଲା ସାରି

 ଶ୍ରାବଣଟା ଯେବେ ଆସେ
 ଝମ୍ ଝମ୍ ମୁର୍ଚ୍ଛନା ସାରି
 ମୋ ଆଜ୍ଞା କଳସୀରେ ମନ ସରସୀରେ
କୂଳ ଲଙ୍ଗିଯାଏ ଏକାନ୍ତବାସ ସ୍ମରି

 ଶ୍ରାବଣ ଯେବେ ଆସେ
ହେମାଳ ପବନ ସବାରୀ ଧରି
ମୋ ପ୍ରଜ୍ଞା ତଟିନୀରେ ମନ ଚାନ୍ଦିନୀରେ
ଉର୍ଦ୍ଧ୍ବଗାମୀ ହୁଏ ଅହେତୁକ ଇଚ୍ଛା ଚକାପାରି


Rate this content
Log in

Similar oriya poem from Fantasy