ହେବ ନବୋଦୟ
ହେବ ନବୋଦୟ
କବିତା - ହେବ ନବୋଦୟ
ରଚନା - ପଞ୍ଚାନନ ଜେନା
ତାରିଖ -୨୫-୦୭-୨୦୨୬
+++++++++++++++++
ଭାବିଛକି କେବେ
ସଞ୍ଜଟା ବୋଧେ ଦିବସର ଶେଷ ଅଧ୍ୟାୟ
ଭାବି ନେଇଛ କି ତେବେ
ସଂଧ୍ୟାଟା ବୋଧେ ଦିନର ଅସ୍ତଗାମୀ ପର୍ଯ୍ୟାୟ
ମୋ ମତରେ
ସେ ତ ରାତ୍ରୀର ଦସ୍ତକ ଆଗନ୍ତୁକ
ଶେଷ ଆଲୋକର ଚିଠି ସନ୍ତକ
ଅରୁଣାଭ ଦିବାକର
ଆକାଶର ଗାଲିଚାରେ
ସ୍ଵର୍ଣ୍ଣରେଣୁ ଦେଇଥାଏ ବିଞ୍ଚି
ଆଉ ପକ୍ଷୀମାନଙ୍କର ନୀଡ଼ ଫେରନ୍ତା
କିଚିରି ମିଡିରି କୋଳାହଳ
ଶିଖେଇ ଦେଖେଇ କହି ଦେଇ ଯାଏ କି
ଫେରିବା ବି ବିଜୟର ଶୁଭ ଅଣ୍ଟାପଇଁଚି
ମୋ ମତରେ
ସନ୍ଧ୍ୟା ଆମକୁ ନୀରବରେ କହେ
ଶେଷ ଅଛି ମାନେ ଆରମ୍ଭ ହେବା ଥୟ
ଅସ୍ତ ପରେ ଅବଶ୍ୟ ଆସିବ ଉଦୟ
ଆରମ୍ଭ କରିବ ନୂଆ ଅଭ୍ୟୁଦୟ
ମୋ ମତରେ
ସଂଧ୍ୟା ଅଛି ମାନେ ହେବ ସକାଳ
ହେବ ସୂର୍ଯ୍ୟଦୟ
ଆସନ୍ତା କାଲିର ନୀରବ ପ୍ରତିଶୃତି
ହେବ ନବୋଦୟ ।
