STORYMIRROR

Panchanan Jena

Fantasy

4  

Panchanan Jena

Fantasy

ବେଳ ଅବେଳରେ

ବେଳ ଅବେଳରେ

1 min
0

କବିତା - ବେଳ ଅବେଳରେ
 ରଚନା - ପଞ୍ଚାନନ ଜେନା
 ତାରିଖ - ୨୬-୦୭-୨୦୨୬
++++++++++++++++
 ବେଳ ଅବେଳରେ
ଇଚ୍ଛାହୁଏ ଲେଉଟାଇବାକୁ
 ପୁରୁଣା ଜୀବନର ସ୍ମୃତିପୃଷ୍ଠାକୁ
ଗୋଟେ ଗୋଟେ ପୃଷ୍ଠା ପଟଳରୁ
 ତୁମର ସେ ମଧୁ ମଳୟର ମହଙ୍ଗା ସମୟକୁ

 ସମୟ ଅସମୟରେ
ମନକହେ ବୁଲି ପଳେଇବାକୁ
 ପୁରୁଣା ସମ୍ପର୍କର ସେତୁବନ୍ଧ ଉପରକୁ
ଗୋଟେ ଗୋଟେ ପାଦ ଥାପୁ ଥାପୁ
ତୁମର ସେ ପ୍ରେମ ପ୍ରଣୟର ପୃଷ୍ଠଭୂମି ଉପରକୁ

 ଛଳରେ ଛଟକରେ
ଭାବନା ବହେ ଖୋଳି ପକେଇବାକୁ
 ଅତୀତ ଇତିହାସର ଶିଳା ଶୈକତ ସ୍ତୁପକୁ
 ଖଣ୍ଡେ ଖଣ୍ଡେ ହାତରେ ଆଣୁ ଆଣୁ
ତୁମର ସେ ଲାଜୁଆ ଚାହାଣୀର ଗୁମ୍ଫା ଗହ୍ୱରକୁ

 କଥା କଥନରେ
ତୁଣ୍ଡରୁ ଝରେ କୋଳେଇ ପକେଇବାକୁ
 କୈଶୁର ବେଳର ବେଳାଭୂମୀର ବାଲିଘରକୁ
 ଆଙ୍ଗୁଳିରେ ଆସ୍ତେ ଆସ୍ତେ ଗାର ଟାଣୁ ଟାଣୁ
ତୁମର ସେ ନିଷ୍ପାପ ମୁରୁକି ହସର ଭଣ୍ଡାରକୁ

 ହାସ୍ୟ କଲ୍ଲୋଳରେ
ମୁଣ୍ଡରେ ଫେରେ ମଖେଇ ଦେବାକୁ
ଯୌବନ ବେଳର ହୋଲିଖେଳ ରଙ୍ଗ ପୁଡିଆକୁ
ମୁଠାଏ ମୁଠାଏ ନାଲି ନେଳି ରଙ୍ଗ ଲଗଉ ଲଗଉ
 ତୁମର ସେ କୋମଳ ଗାଲରେ
ସ୍ପନ୍ଦିତ ଶତଦଳର ଶୋଭା ସଂପଦକୁ

 ଲୁହ ଲାବଣ୍ୟରେ
 କୈବଲ୍ୟ ଥରେ ପାଟିରେ ଲଗେଇବାକୁ
 ମନ୍ଦିର ପ୍ରବେଶ ପଥରେ ଦାଣ୍ଡଧୂଳି ପଟଳକୁ
 କପାଳରେ ଚନ୍ଦନ ଟିକା ପରି ଦେଉ ଦେଉ
 ତୁମର ସେ ଭକ୍ତିମୟ ମୁଖ ପଲ୍ଲବରେ
ଶାନ୍ତ କାନ୍ତ କମନୀୟ ଭକ୍ତିରସକୁ


Rate this content
Log in

Similar oriya poem from Fantasy