STORYMIRROR

Kiranbala Rath

Tragedy

4  

Kiranbala Rath

Tragedy

ଲୋଡ଼ା ନାହିଁ ଆଉ କିଛି

ଲୋଡ଼ା ନାହିଁ ଆଉ କିଛି

1 min
385

ହୃଦୟ ସହରେ ରହିଛୁ ପ୍ରିୟାରେ

ଦେବିନି ମୁଁ ତୋତେ କେବେ କାଢ଼ି ,

ତୁ ସିନା ଗଲୁ ତୋର ସ୍ଵାର୍ଥପର ବାଟରେ

ଚାଲି ଯାଇ ମୁହଁ ମୋଡ଼ି ।


ପ୍ରେମର ପୂଜାରୀ ସାଜିଛି ମୁଁ ତୋର

ଅଛି ଯେଉଁ ସବୁ ସ୍ମୃତି ,

ତୁ ସିନା ନାହୁଁ ମୋ ସାଥେ ସାଥୀ ହୋଇ

ଜଳିବାକୁ ଦୀପ ବତୀ ।


ଏକୁଟିଆ ଦିଏ ପ୍ରେମ କୁ ସମ୍ମାନ

ସାଜି ପ୍ରେମ ର ସୌଦାଗର ,

ପ୍ରତ୍ୟେକ ସ୍ମୃତି କୁ ଛାତିରେ ରଖି ମୋ

କରୁଥାଏ ପୂଜା ତୋର ।


ନାହିଁ ଉପସ୍ଥିତି ତା'ର ସୁନା ମୁହଁ ଟି 

ମୋର ଦୁଇ ଆଖି ଆଗରେ

ହେଲେ ସିନ୍ଧୁ ଜଳେ ଯେବେ ଢେଉ ମାରେ

ତୁ ଥାଉ ଢେଉ ଅନ୍ତରେ ।


ବଦନାମ ତୋର ପାଖ ମାଡିବନି

ନେଇଛି ସବୁ ମୁଁ ମୁଣ୍ଡେଇ ,

ତୋ ଦୋଷ ଛଡ଼େଇ ମୋର ମୁଣ୍ଡରେ ବୋଳିଛି

ତୋର ଖୁସି ଦେଇନି ଦୂରେଇ ।


ସାଥେ ସିନା ନାହିଁ ତୁ ଆଜି ମୋହର

ଅଛି ତୋର ପୁରୁଣା ସ୍ମୃତି

ସେଇ ସ୍ମୃତି ଆଜି ପ୍ରେମିକା ସାଜିଛି

ଲୋଡ଼ା ନାହିଁ ଆଉ କିଛି ।



Rate this content
Log in

Similar oriya poem from Tragedy