STORYMIRROR

Swarnalata Dash

Tragedy

4  

Swarnalata Dash

Tragedy

ନାରୀ ଏକ ନିଶବ୍ଦ ସ୍ୱର

ନାରୀ ଏକ ନିଶବ୍ଦ ସ୍ୱର

1 min
382

ମମତାର ମଧୁମତୀ

ମନ ତାର ସପନର ପ୍ରଜାପତି

ଉଡ଼ିବୁଲେ ଚୁଲବୁଲି ନାୟିକାସେ

ହୃଦୟ ମୁକୁଳା ତାର

ସୃଷ୍ଟିର ନିଥର ମରୁରେ

ସେ ଏକ ମରୁଝର

ଆଶା ସ୍ବପ୍ନ ସମ୍ଭାବନା ନେଇ

ସେ ଅରୁଣ ଅଧରୀ

ଏନ୍ତୁଡ଼ିଶାଳ ରୁ ଏରୁଣ୍ଡି ଡେଇଁ

ପ୍ରେମ ପ୍ରଣୟ ଆଶାରେ

ପାଦ ଥାପେ ସପନ ରାଇଜେ

ଆବେଗ ଉଛ୍ଵାସ ନେଇ

ଲେଖିବାକୁ ଜୀବନର

ପ୍ରୀତି ଉପନ୍ୟାସ

ଗଢିଥାଏ ସ୍ୱପ୍ନର ତାଜ

 ସମୟ ସୁଅରେ

ଚକ୍ରାନ୍ତର ଚକ୍ରବ୍ୟୁହରେ

ଫସିଯାଏ ଧୀରେ ଧୀରେ

ସ୍ନାୟୁର ସ୍ୱର ହୋଇଯାଏ ସୁପ୍ତ

ଅନ୍ତରେ କାନ୍ଦେ ବାହାରେ ହସେ

କର୍ତ୍ତବ୍ୟର ଦ୍ୱାହି ଦେଇ

ନିସ୍ତେଜ ମୁହଁରେ

ଉକୁଟାଏ ଶୁଷ୍କ ହସ.

 ଏ ଆଖି ଲୁହ ସେ ଆଖିରେ ପୋଛି

 ହଜାଏ ନିଜକୁ ସମର୍ପଣ ଭାବ ନେଇ

ତଥାପି ନିଃସଙ୍ଗତା ବେସାହାରା ତୋଳେ

 ବୈଶାଖୀ ଖରାର ଦଗ୍ଧ ତାତି ସମ

ଜଳି ଜଳି ହୁଏ ଅଙ୍ଗାର

ସେ ଅଙ୍ଗାରେ ଲେଖେae3

ପାନ୍ଥଶାଳା କାନ୍ଥେ ଲେଖେ 

ଅଭୁଲା ସନନ୍ଦ

ନିରବୀଯାଏ ବିରହିଣୀ ସେ

ଵନିଯାଏ ତୁଠ ପଥର

. ଅରୁଣର ଅସ୍ତରାଗ ସମ

ଡୁବିଯାଏ ତା କାମନାର ସୂର୍ଯ୍ୟ

କିଂ କର୍ତ୍ତବ୍ୟ ବିମୁଢ଼ ହୋଇ

ଅପେକ୍ଷାରତ ଜୀବନର ଶେଷ ଧାରକୁ

ବିଭୂପଦେ ଆଶ୍ରପାଇବାକୁ |



Rate this content
Log in

Similar oriya poem from Tragedy