STORYMIRROR

Rabindra kumar Sahoo

Abstract Tragedy

4  

Rabindra kumar Sahoo

Abstract Tragedy

ଏ ଧନ ଜୀବନ ସବୁ ମିଛ

ଏ ଧନ ଜୀବନ ସବୁ ମିଛ

1 min
365


  କିଏ କୁହେ ମୁଁ ମିଛ

  କିଏ କୁହେ ତୁମେ ମିଛ

  କିଏ କୁହେ ଧର୍ମ ମିଛ

   କିଏ କୁହେ ପ୍ରେମ ମିଛ 

   ସବୁ ମିଛ ମିଛ ଭିତରେ

   ଆମ ଜୀବନ ମିଛ

    ଆମର ଏ ଧନ ମିଛ ।


   ଜୀବନରେ ଯନ୍ତ୍ରଣା ମିଛ

     ଧନ,ମାନ, ଜ୍ଞାନ ସବୁ ମିଛ

   ଏ ଜୀବିକା ଏ ଜୀବନ ମିଛ

    ଏ ସଂଘର୍ଷ ଏ ଘର ସଂସାର

     ସବୁ ଭାଇ ମିଛ ଏଠି

      ସବୁ ଏଠି ମିଛ

    ଲୋଭ,ମୋହ, ମାୟା

    ଜନନୀ, ଭଗିନୀ, ଜାୟା

    ସବୁ ଖାଲି ମାୟା

    ନିତ୍ୟ ଅନିତ୍ୟ ମିଛ

     ସଂସ୍କାର ସଂସ୍କୃତି ମିଛ

   ଆମ ସଭ୍ୟତା ଶିକ୍ଷା

     ସବୁ ଏଠି ମିଛ ।


    ଏ ମର୍ତ୍ତ୍ୟ ମଣ୍ଡଳେ

    ମୃତ୍ୟୁ ସତ୍ୟ

   ଆସିବ ଲଙ୍ଗଳା ପୁଣି

     ଯିବ ଶୂନ୍ୟ

   ଶୂନ୍ୟ ଶୂନ୍ୟ ମହାଶୂନ୍ୟ

   ଶୂନ୍ୟ ରୁ ଆରମ୍ଭ ପୁଣି

     ଶୂନ୍ୟେ ଶେଷ

    ଶୂନ୍ୟତା ହିଁ ସତ୍ୟ

   ଏ ଶତ୍ରୁ ଏ ମିତ୍ର

     ସବୁ ଏଠି ମିଛ

    ଏ ରଙ୍ଗ ମଞ୍ଚରେ

   ଅଭିନୟ ସତ୍ୟ

    ଆଉ ସବୁ ମିଛ ବନ୍ଧୁ

     ଆଉ ସବୁ ମିଛ।


    ବନ୍ଧୁ ପରିଜନ ପ୍ରେମିକ ପ୍ରେମିକା

   ଏ ତ ଅଟେ ଜୀବନର ସବୁ ପ୍ରହେଳିକା

    ସେବା କର୍ମ ତୋ ପରିଚୟ ଏକା

    ଦୟା, କ୍ଷମା, ସାଧୁତା

    ସୃଷ୍ଟି କରେ ତୋର ପରିଚୟ

    ନିନ୍ଦା ପ୍ରଶଂସା ରେ କେବେ

     ନ ହୁଅ ଅଥୟ

    ଏ ଧନ, ଜନ, ଯଉବନ

    ଏ କ୍ଷଣିକ ଏ ସବୁ ହୀନ

   ଯଦି ପାଲଟିବାକୁ ଚାହଁ ଅମର

    ଭୁଲିଯାଅ ସଂସାର ଜଞ୍ଜାଳ

    ସେବା ଓ ତ୍ୟାଗେ ଦିଅ ଧ୍ୟାନ

    ତେବେ ସଂସାରେ ହେବୁଟି ମହାନ

    ପାର୍ଥୀବ ବସ୍ତୁ ସବୁ ମିଛ

    ଏ ଧନ ଜୀବନ ସବୁ ମିଛ ।


    


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract