STORYMIRROR

Ajit Kumar Raut

Tragedy

4  

Ajit Kumar Raut

Tragedy

କନ୍ୟାଭ୍ରୁଣ ହତ୍ୟା

କନ୍ୟାଭ୍ରୁଣ ହତ୍ୟା

1 min
220

ନୂଆ କଳେବର ନୂତନ ଭାରତ

  କନ୍ୟାଭ୍ରୁଣ ହତ୍ୟା କରେ ଚିନ୍ତିତ

     କରେ ସେ ବିଚଳିତ

 ଅମୃତ ଏ କାଳ ନାରୀ କରୁଛି ଗର୍ବିତ

 ସବୁକ୍ଷେତ୍ରେନାରୀ ଏବେ ଆଗୁଆ ଆଜିତ

 କନ୍ୟାଭ୍ରୁଣ ହତ୍ୟା ଆଜି କରେ କଳଙ୍କିତ ।


   କନ୍ୟାଭ୍ରୁଣ ହତ୍ୟା ମହାପାପ ଯହୁଁ

   ପୁତ୍ର ପୁତ୍ରିରେତ ସମାନ ଟି ତହୁଁ

     କିମ୍ପା କନ୍ୟା ମାରୁଛ?

 ଗର୍ଜନ ନାରୀଙ୍କ ଯୁଦ୍ଧ କ୍ଷେତ୍ରରେ ଦେଖୁଛ

 ରାଷ୍ଟ୍ର ସବୁ ସ୍ଥଳେ ନାରୀ ଗର୍ବିତ କରୁଛି

 ଉଚ୍ଚ ସ୍ଥାନେ ନାରୀ ପରା ସ୍ଥାପିତ ହୋଇଛି ।


   ସବୁକ୍ଷେତ୍ରେ ନାରୀ ଏବେରେ ଆଗୁଆ 

   ଖେଳକ୍ଷେତ୍ରେ ଦେଖ ତାଙ୍କର ପ୍ରତିଭା

       ଶକ୍ତିରୂପା ଟି ନାରୀ

  ସୁରକ୍ଷିତ କରିବାଟା ଦାଇତ୍ଵ ଆମରି

  ଆଦର ସମ୍ମାନ ଯହୁଁ ପୁତ୍ରଙ୍କର ପରି

  ଉନ୍ନତି ତେବେହିଁ ପର ଏଦେଶ ଆମରି ।


    ଝିଅ ଜାଣି କିମ୍ପା କର ଗର୍ଭପାତ

    ଦୁର୍ଲ୍ଲଭ ଜୀବନେ କି କର୍ମ ଜଡ଼ିତ

       ପାପାଚାର ନିର୍ମିତ

ରୁହେ ମନୋଭାବ ଯହୁଁ ଏପରି ସଂଯୁକ୍ତ

   ବୈକୁଣ୍ଠରେ ସ୍ଥାନତାର ନାହିହିଁ କେବେତ

   ଶାସ୍ତ୍ରର ବଚନ ପରା ପାପରେ ପୀଡିତ ।


     କରିବା ଆଦର ଝିଅ ପୁଅ ପରି

     କନ୍ୟାଭ୍ରୁଣ ହତ୍ୟା କାହିଁକି ତହରି

         ନର୍କରେ ସେ ପଡିବ

   ମନୁଷ୍ୟ ଜୀବନ ତାର ବୃଥା ଯେ ହୋଇବ

  ଭ୍ରୁଣ ହତ୍ୟା ପାପ ତାକୁ ଶାନ୍ତି ଟି ନଦେବ

   ଚିନ୍ତା କରି କରି ତାର ଜୀବନ ଭି ଯିବ ।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Tragedy