STORYMIRROR

Prafulla Chandra Mishra

Classics

4  

Prafulla Chandra Mishra

Classics

ଅନନ୍ୟ ୟେ ଦୃଶ୍ୟ

ଅନନ୍ୟ ୟେ ଦୃଶ୍ୟ

1 min
192


ଭେରି ତୂରୀ ଟମକ ନିଶାଣ ଶଦ୍ଦ

ଶଦ୍ଦାୟିତ ଚଉଦିଗ

ବ୍ରାହ୍ମଣଙ୍କ ପୂତ ମନ୍ତ୍ର ପାଠ ନାଦେ

କର୍ଣ୍ଣ ହୁଅଇ ପବିତ୍ର

ଜଳୁଅଛି ଯଜ୍ଞାନଳ, ଶୃବେ ଘୃତାହୁତି ପ୍ରଦାନ କରନ୍ତି

ମନ୍ତ୍ର‌କରି ଉଚ୍ଚରିତ ।।

ଅଗ୍ରେ ଉଭା ମଣିମୟ ସିଂହାସନେ

ଅଲୌକିକ କାନ୍ତି ମୁର୍ତ୍ତି

ଯାହା ପାଇଁ ସାରା ଏ ଜନ ସମାଜ

ପାଳନ୍ତି ଅନେକ ରୀତି

ହରିବୋଲ ହୁଳହୁଳି, ଉଛୁଳି ଉଠୁଛି ୟେ ସାରା ଧରିତ୍ରୀ

ସାରାଦିନ ସାରା ରାତି ।।


ଅଣିମାଦି ଅଷ୍ଟ ରତ୍ନେ ବିଭୁଶିତା 

ବିଜୁଳି ପ୍ରକାର ଦିଶେ

ଦଶଭୂଜା ତ୍ରୀନୟନା ସିଂହ ପୃଷ୍ଠେ

ଲପନେନ୍ଦୁ ପରକାଶେ

ଦୈମାତୁର ଶକ୍ତିଧର, ଉଭା ହୋଇଛନ୍ତି ଅସ୍ତ୍ର ଶସ୍ତ୍ର ହସ୍ତେ

ସେମାନେ ବି ବୀର ବେଶେ ।।

ପଦ୍ମାଳୟା, ବୀଣାପାଣି ଦୁଇପାର୍ଶ୍ଵେ

ପୃଷ୍ଠ ଭାଗରେ ଧୂର୍ଜ୍ଜଟି

ଉର୍ଦ୍ଧେ ଉଭା ନିଜେ ସ୍ଵୟଂ ଚକ୍ରଧର

ପୁଣି ନାରଦ‌ ମହର୍ଷି

ଜଟାଜୁଟ ବିମଣ୍ଡିତ, ମର୍ତ୍ତ୍ୟଲୋକେ ଲୋକ ୟେ ଦୃଶ୍ୟକୁ ଦେଖି

ହ୍ଵନ୍ତି କାକୁତି ମିନତୀ ।।


“ଅନେକ ଦୁଃଖରେ ଅସମାହିତ ମୋ

ଅନେକ ପ୍ରଶ୍ନ ମନରେ

ଏକଇ ରାକ୍ଷସ ସଂହାର ପାଇଁକି

ଏ ଦୃଶ୍ୟ ସତ୍ୟ ଯୁଗରେ

ଆଜି ଅନେକ ରାକ୍ଷସ, ଦଳନ ପାଇଁକି ଦେବୀ କେଉଁ ରୂପେ 

ସମ୍ଭବିବୁ ୟେ ଧରାରେ ?? 

ଦେବଦେବୀ ମାହେଶ୍ୱରୀ ଭଗବତୀ

ହୋଇଛନ୍ତି ଆବିର୍ଭୁତା

ରାକ୍ଷସ ଦଳନେ ଯୋଧ୍ରୁ ବେଶେ ଦେବୀ

ଭବାନୀ ଶଇଳ ସୁତା

କରି ତାରେ ଆରାଧନା, ଶରଣ ମାଗଇ ତ୍ରୈଲୋକ୍ୟ ବାସିନୀ

ତୋ ପଦେ ତ୍ରୈଲୋକ୍ୟ ମାତା ।। 



Rate this content
Log in

Similar oriya poem from Classics