STORYMIRROR

Bijoy Jena

Action Classics Inspirational

3  

Bijoy Jena

Action Classics Inspirational

ଅନିତ୍ୟ ସଂସାର

ଅନିତ୍ୟ ସଂସାର

1 min
196


ଅନିତ୍ୟ ସଂସାର କ୍ଷଣିକ ଜୀବନ

  ଲାଗେ ମାୟା ମରୀଚିକା

ଧନ ଯଉବନ ଅଢେଇ ଦିନିଆ

  ସମୟରେ ପଡେ ଫିକା।

ଅମାପ ସମ୍ପଦ ବିପୁଳ ପ୍ରାଚୂର୍ଯ୍ୟ

 ସବୁ ହୋଇଯାଏ ଲୀନ

ଗର୍ବ ଅହଂକାର ଖର୍ବ ହୋଇଯାଏ

  ଏହା ନୁହଁଇ ଜୀବନ।

ପର ପାଇଁ ଯଦି ପ୍ରାଣ ନ କାନ୍ଦ ଇ

  ସେକି ମଣିଷ ରେ ଗଣା

ନିଜ ସ୍ବାର୍ଥ ଚିନ୍ତି ସମୟ କାଟିଲେ

   ହୋଇଯିବ ବାଟ ବଣା।

ଅନିତ୍ୟ ସଂସାର ହୋଇଯିବ ସାର

   ପରକୁ ଆପଣା କଲେ

ମାନବ ର ସେବା ମାଧବ ଙ୍କ ସେବା

  ଏଇ ଜ୍ଞାନ ଶିକ୍ଷା ହେଲେ।

ମଣିଷ ଜୀବନ ହୁଅଇ ସାର୍ଥକ

  ଅନ୍ୟ ପାଇଁ ହେଉ ଦୀକ୍ଷା

ଜଗନ୍ନାଥ ସ୍ଵାମୀ ବର ଦାନ ଦେବେ

  କର ଯୋଡ଼ି ମାଗ ଭିକ୍ଷା।


Rate this content
Log in

Similar oriya poem from Action