ଅଙ୍କୁରୋଦ୍ଗମ-ଜୀବନର ସାଥୀ
ଅଙ୍କୁରୋଦ୍ଗମ-ଜୀବନର ସାଥୀ
ଭାବିଲି କରିବି ମୋ ଜୀବନର ସାଥି ତ,
ପଚାରିଲି ଯାଇ ନଦୀ କି,
ନଦୀ ରେ ନଦୀ ହବୁକି ମୋ ଚଲା ପଥର ସାଥି,
ନଦୀ କହିଲା ମୁ ଅଟେ ଅସ୍ଥିର ପାଇବୁ କି ମୋ ସ୍ଥଳ କୂଳ ।
ତ ପଚାରିଲି ଯାଇ ସେଇ ଆକାଶ କୁ,
ଆକାଶ ଉଡ଼ିବୁ କି ସାଥିରେ ମୋହର,
ଆକାଶ କହିଲା ମୁହିଁ ଅଟେ ବିଶାଳ,
ଉଡ଼ିକି ପାରିବୁ ମୋର ବାଟ ଅନେକ ଦୂର ।
ଆକାଶ କହିଲା ପଚାରେ ସେ ସୁଯ୍ୟ, ଚଦ୍ର କୁ ଯେ ଆଲୋକ ଦିଅନ୍ତି ।
ସାରା ସଂସାର କୁ, ପଚରିଲି ସେ ସୁଯ୍ୟ, ଚଦ୍ର କୁ ତୁମ ସାଥେ ।
ଚାହେଁ ମୁ ଜଳି ବାକୁ ସେମାନେ କହିଲେ ଉଦାସୀ ସର୍ବଦା ନୁହଁ ।
ତୋର ସାଥି ମେଘ ଦିଏ ଆମ୍ଭ ଙ୍କୁ ଢାଙ୍କି ।
ତ ପଚାରିଲି ଯାଇ ସେ ମେଘର ରାଜା କୁ,
ମୁହିଁ ବରଷି ବାକୁ ଚାହେଁ ସାଥିରେ ମିଶିବାକୁ
କହିଲା ସେ ମତେ ମୁ ଅଟେ ଏକ କ୍ଷଣିକ ପାଇଁ,
କିପରି ହେବି ତୋର ମୋର ଠିକଣା ହିଁ ନାହିଁ ।
ଦେଖିଲି ମେଘ କୁ ପର୍ବତ ଦେଲା କଚାଡି ଭାବିଲି କରିବି ସାଥି ପର୍ବତ କୁ
ପଚାରିଲି ଯାଇ ସେ ପୁଣି ପର୍ବତକୁ ହବୁକି ମୋର ସାଥି,
ପର୍ବତ କହିଲା ତୁ ଅଟୁ ଏକ ବଡ଼ ଗପୁରୀ,
ମୁହିଁ ଅଟେ ଏକ ବଧିର ତୋର ହେବି କିପରି ।
ଦେଖିଲି ପର୍ବତ ଉପରେ ମୋର ଛାଇ ଚାଲୁ ଅଛି ସାଥେ ଯାହା ମୁ ଯାଇ,
ପଚାରିଲି ତାଙ୍କୁ ହବୁକି ଜୀବନର ଶେଷ ପଥ,
କହିଲା ମତେ ହସି ହସି ଚାଲୁ ଅଛି ତୋହରି ସାଥେ
ତୋ ଜୀବନର ଦୀପ ନଲିଭିଲା ଯାଏ ।