STORYMIRROR

Chittaranjan Nanda

Action Inspirational Others

4  

Chittaranjan Nanda

Action Inspirational Others

ଅନେକତ୍ୱ ମଧ୍ୟେ ଏକତା ତତ୍ତ୍ୱ

ଅନେକତ୍ୱ ମଧ୍ୟେ ଏକତା ତତ୍ତ୍ୱ

2 mins
347


ବାଇ ଚଡେଇରେ ବାଇ ଚଡେଇ

ଉଡି ଉଡି ଯା ଡେଣା ମେଲେଇ

ଭାରତର ମହାନ ସଂସ୍କୃତି ଦେଖେ କେଉଁଠି ଯାଇ

ଦିନେ ବିଶ୍ୱ ଜୟକାର କରୁଥିଲା ଯେଉଁଥି ପାଇଁ,

ଦୟା ଉଦାରତା ଗୁଣ ଭରିଥିଲା ଲୋକଙ୍କଠେଇ,

ଆଜି ଲଜ୍ଜିତ ମଣିପୁରର ଲଜ୍ଜା ଜନକ ଘଟଣା ପାଇଁ


ବାଇ ଚଡେଇରେ ବାଇ ଚଡେଇ

ଉଡି ଉଡି ଯା ଡେଣା ମେଲେଇ

ଜୀବଜଗତେ ଯେବେଳେ ଜଣେ ଅସହାୟ ହୋଇ ଥାଏ

ତା'ପାଇଁ ଅମୋଘ ପଥି ସହାନୁଭୂତିର ହାତ ମେଲାଇଥାଏ

ଆଜ ଦେଖ ସେ ଦେଶେ ଚାରିଆଡେ ଦଂଗାର ବିଷ ବୁଣିତ ଦିଏ |


ବାଇ ଚଡେଇରେ ବାଇ ଚଡେଇ

ଉଡି ଉଡି ଯା ଡେଣା ମେଲେଇ

ଯେ ଦେଶେ ବହୁ ଦିନରୁ ବସୁଧୈବ କୁଟୁମ୍ବକଂ ତତ୍ତ୍ୱର ଭିତ୍ତି ଥାଏ,

ସେ ଦେଶେ ଉପରଟା ଚହଟଚିକଣ, ଭିତରଟା କଦାକାର ହୁଏ,

ଆଂଚଳିକ ଭେଦଭାବ ସୃଷ୍ଟି କରାଇ ମଣିଷ ମଣିଷେ ହାଣକାଟ ଶିଖାଏ |


ବାଇ ଚଡେଇରେ ବାଇ ଚଡେଇ

ଉଡି ଉଡି ଯା ଡେଣା ମେଲେଇ

ଯେ ଦେଶେ ଧରମ ନରଦେହେ ନାରାୟଣଙ୍କ ଅସ୍ତିତ୍ବ କୁହେ,

ଧର୍ମର ଖୋଳପା ପିନ୍ଧି ସାଜି କିଛି ଧର୍ମବକ ହାଣକାଟ କରାଏ,

ଏ ମାଟିରେ ସେଇ ହିଁ ସ୍ରଷ୍ଟା, ଶବ୍ଦ କାରିଗରୀରେ ଭାଷଣ ଦିଏ |


ବାଇ ଚଡେଇରେ ବାଇ ଚଡେଇ

ଉଡି ଉଡି ଯା ଡେଣା ମେଲେଇ

ମାନବ ରକ୍ଷା ପାଇଁ କର୍ମର ପଥ ଯେ ଦେଶେ କହେ ବେଦ ଗୀତା, 

ଯୋଗାଏ ଏକ ସୁନ୍ଦର ସାମାଜିକ ଜୀବନର ପଥର ପବିତ୍ର ବାରତା,

ସେ ମାଟିରେ ସାଜି ଠିକାଦାର ସୃଷ୍ଟି କରେ ମଣିଷେ ରକ୍ତାକ୍ତତା |


ବାଇ ଚଡେଇରେ ବାଇ ଚଡେଇ

ଉଡି ଉଡି ଯା ଡେଣା ମେଲେଇ

ବିଚ୍ ରାସ୍ତାରେ କିଛି ଜନତା ବିବସ୍ତ୍ର କରାନ୍ତି ଭଗିନୀରୂପୀ ନାରୀକୁ,

ଭୋଅଟ ପାଇଁ ଶାସକ ମୂକ ରହେ ଦୁଇମାସ କାଳ ଦେଖି ସେ ଅବସ୍ଥାକୁ

ପ୍ରଶ୍ନ କର କି ନାମେ ନାମିତ କରିବା ଏଭଳି ସଦ୍ଯ ଶାସକ ସମାଜକୁ ?


ବାଇ ଚଡେଇରେ ବାଇ ଚଡେଇ

ଉଡି ଉଡି ଯା ଡେଣା ମେଲେଇ

ଆମର ସ୍ୱର ଯୁଦ୍ଧ ନୁହେଁ ଶାନ୍ତି ଓ ସମଗ୍ର ସଂସାର ଏକ ପରିବାର,

ସେ ତତ୍ତ୍ୱରେ ପୁଣି ମଣିପୁରରେ କିପରି ହୁଏ ଗୋଷ୍ଠୀ ଦୁଇ ପକ୍ଷର,

କିପରି ମଣିଷ ବୋଲାଅ, ହାୟରେ ନରପୁଙ୍ଗବ କୁହ ରକ୍ଷକ ଧରମର?


ବାଇ ଚଡେଇରେ ବାଇ ଚଡେଇ

ଉଡି ଉଡି ଯା ଡେଣା ମେଲେଇ

ତୁଛା ଡେଙ୍ଗୁରା ବାଡେଇ କହୁଛ ଧର୍ମବନ୍ତ, ରାମରାଜ୍ୟ କର ପ୍ରତିଷ୍ଠିତ

ତମକୁ ଜଣାଅଛି କି ମୋ ସନାତନ ଧର୍ମର କିଛି ଗୂଢ଼ତତ୍ତ୍ବ ଓ ମହତ୍ତ୍ୱ? 

ନର ମାରିବାକୁ ଓ ନାରୀଙ୍କ ବସ୍ତ୍ର ହରଣେ ତୁମ ଦେବତ୍ୱ ହେବ କି ଉଦଭାସିତ?  


ବାଇ ଚଡେଇରେ ବାଇ ଚଡେଇ

ଉଡି ଉଡି ଯା ଡେଣା ମେଲେଇ

ଭାଷଣ ତ ଦିଅ ଯାହା ଶୁଭୁଅଛି ମଣିଷର କାନକୁ ଅତି ମଧୁର,

ଗୁଜରାଟ ହେଉ, ଫୁଲବାଣୀ ହେଉ, ଦଂଗାରେ ପିଉଛ ରକତ ମନୁଷ୍ୟର,

ଛଦ୍ମବେଶୀ ହୋଇ ଅନେକତ୍ୱ ମଧ୍ୟେ ଏକତା ତତ୍ତ୍ୱକୁ ଭାଂଗୁଛ ବାରମ୍ବାର |


ବାଇ ଚଡେଇରେ ବାଇ ଚଡେଇ

ଉଡି ଉଡି ଯା ଡେଣା ମେଲେଇ

ଭାରତ ନିନ୍ଦିତ, ମଣିପୁରରେ କଳଙ୍କିତ ଲଜ୍ଜାହୀନ ଲିଚିଂଗ କାର୍ଯ୍ୟ ପାଇଁ

ଦଂଗାର ନର ସଂହାର ଦେଖି ମୋ ଭାରତ ମା ଆଜି କାନ୍ଦୁଛି କଇଁ କଇଁ,

କେତେ ଦିନ ହେ ଭାରତର ଅମ୍ରୁତର ସନ୍ତାନ ଯେତେ ପଡିବ ଶୋଇ ?


ବାଇ ଚଡେଇରେ ବାଇ ଚଡେଇ

ଉଡି ଉଡି ଯା ଡେଣା ମେଲେଇ

ବଦଳାଇ ଦେ ଆମ ଲୋକଙ୍କର ଆପଣା କଳଙ୍କିତ ଚିନ୍ତା ଚେତନା, 

କହି ଦେ ନର ରକ୍ଷାସଙ୍କୁ ନାରୀ ନୁହଁନ୍ତି ଉପଭୋଗର ଏକ ଖେଳଣା 

ସେ ମମତାମୟୀ, ସଂସାରର ଶକ୍ତି, ଜନନୀ, ଭଗିନୀ ଏବଂ ଦୁଲଣା |

     

ବାଇ ଚଡେଇରେ ବାଇ ଚଡେଇ

ଉଡି ଉଡି ଯା ଡେଣା ମେଲେଇ

ଜାଗରିତ କର, ଆର୍ଯ୍ୟ ଋଷିଗଣ ବାଣୀ ହୃଦୟେ ଭରିଦେ, ସେ ଅନନ୍ତ ପ୍ରେମ

ସନ୍ଥ ଭୀମଭୋଇଙ୍କ ଚିରନ୍ତନ ବାଣୀ, "ମୋ ଜୀବନ ପଛେ ନର୍କେ ପଡି ଥାଉ, ଜଗତ ଉଦ୍ଧାର ହେଉ, ତାହା ଆମ ମାନବ ସମାଜର କାମ୍ୟ |


Rate this content
Log in

Similar oriya poem from Action