ଅନ୍ଧକାର
ଅନ୍ଧକାର
ଗୋଟିଏ ମୁଦ୍ରାର ଦୁଇଟି ପାର୍ଶ୍ୱ,
ଗୋଟିଏ ଆସିଲେ ଅନ୍ୟଟି ନାଶ ।
ଆଲୋକଟି ଏକ ପାର୍ଶ୍ଵରେ ରହେ,
ଅନ୍ୟ ପାର୍ଶ୍ଵେ ଅନ୍ଧକାର ବୁଝାଏ ।
ସୂର୍ଯ୍ୟ ଉଦୟୋଳ୍ତି ପୂର୍ବ ଆକାଶେ ,
ଆଲୋକ ଆସିଲେ ତିମିର ନାଶେ ।
ସୂର୍ଯ୍ୟ ଅସ୍ତ ହେଲେ ଅମା ଆସଇ,
ନୀଳ ଆକାଶରେ ତାରା ଦିଶଇ ।
ରାତି ହେଲେ ଆସେ ଘୋର ଅନ୍ଧାର,
ସକ୍ରିୟ ହୁଅନ୍ତି ଚୋର ତସ୍କର ।
ପର ଘରେ ପଶି କରନ୍ତି ଚୋରି,
ବାଧା ଦେଲେ ତାଙ୍କୁ ଦିଅନ୍ତି ମାରି ।
ଧନ ଚୋରି ଯାଏ ଜୀବନ ନଷ୍ଟ,
ଚୋର ନବୁଝନ୍ତି ଅନ୍ୟର କଷ୍ଟ ।
ଅଜ୍ଞାନ ଅଟଇ ଏକ ଅନ୍ଧାର
ଜ୍ଞାନ ଅରଜିଲେ ହୁଅଇ ଦୂର।
