STORYMIRROR

Sambit Srikumar

Abstract Classics Inspirational

4  

Sambit Srikumar

Abstract Classics Inspirational

ଅନ୍ଧାରର ଆକର୍ଷଣ

ଅନ୍ଧାରର ଆକର୍ଷଣ

1 min
402

ଦିନଥିଲା ଯେବେ ଖୁବ୍ ଡର ଲାଗୁଥିଲା

ଘନଘୋର କିଟିକିଟି ଅନ୍ଧାରକୁ

ଆଲୁଅ ଲୋଡ଼ା ହେଉଥିଲା ତ୍ବରିତ

ଦୂରେଇ ଦେବାକୁ ତାହାରେ

ସଞ୍ଜ ନଇଁଯିବା ପରେ

କେତେ କସରତ ଏଥିପାଇଁ

ଡିବିରି ଲଣ୍ଠନ କିରୋସିନି

ସଳିତା ଆଉ ଦୀପର ସାହାରାରେ

ତଡିବାକୁ ପଡୁଥିଲା ଅନ୍ଧାରକୁ

ସତେକି କେଡ଼େ ଅବାଞ୍ଛିତ

ଚିଜଟିଏ ଏଇ ମହୀରେ।


ଆଜି କାହିଁ ବେଶ୍ ଭଲଲାଗୁଛି ଏଇ ଅନ୍ଧାର

ଯେବେ କଷ୍ଟ ଦେଉଛି ଆଲୋକର ସମ୍ଭାର

ଉଜ୍ଜ୍ବଳତାରେ ଝଲସି ଯାଉଛି ଆଖି

ଚିହ୍ନି ହେଉନି କିଏ ନିଜର କିଏ ପର

ଏଇ ଅନ୍ଧାର ତ ନେଉଛି ଆବୋରି

କରୁଛି ଟିକିଏ ସେନେହ ଆଦର

ମଥାରେ ଦେଉଛି ସଶ୍ରଦ୍ଧ ଚୁମ୍ବନ

କ୍ଷତବିକ୍ଷତ ମନ ଓ ଦେହରେ

କରୁଛି ଦିବ୍ୟ ଅଞ୍ଜନ ଲେପନ

ଶୀତଳ ପରଶେ ତାହାର ତନୁମନ

ହୁଅଇ ଆହ୍ଲାଦିତ ନାଚିଉଠଇ ପ୍ରାଣ।


ଅନ୍ଧାରର ବି ଅଛି ଗୋଟିଏ ନିଆରା ଆକର୍ଷଣ

ମନ ଖୋଜେ ତାହାରି ନିବିଡ଼ ଆଲିଙ୍ଗନ

ନିସ୍ତବ୍ଧ ନିଭୃତ ନିର୍ଜନ ବେଳାରେ

ହେବା ପାଇଁ ଏକାକାର ନିଜ ସହିତ ନିଜେ

ବାରେ ଜାଣିବାକୁ ଆପଣାକୁ ନିରୋଳାରେ

ଏଇ ଅନ୍ଧାରରେ ହିଁ ଜୀବନର ସୃଷ୍ଟି

ଏଠି ହିଁ ଅସଂଖ୍ୟ ଭାବନାର ଉଦ୍ଗୀରଣ

ଚିନ୍ତା ଓ ଚେତନାର ଉତ୍ତୁଙ୍ଗ ଉତ୍ତରଣ

ପ୍ରତିଭା ଓ ପ୍ରଜ୍ଞାର ଅଫୁରନ୍ତ ସ୍ଫୁରଣ

ଅନ୍ଧାର ହିଁ ସୃଷ୍ଟିର ପ୍ରଧାନ ପ୍ରମୁଖ କାରଣ।


ଅନ୍ଧାରରେ ତ ଖାଲି ହୁଏ ନାହିଁ ପାପାଚାର

ତେବେ ପାପ ପାଇଁ କିଆଁ ନିନ୍ଦିତ ଅନ୍ଧାର

ହୃଦୟ କନ୍ଦରେ ଯଦି ଉଇଁ ନାହିଁ ଦିବାକର

ସଂସାରର ସମସ୍ତ ଆଲୋକ ହୁଅଇ ଅସାର

ଅନ୍ଧାରକୁ ନିନ୍ଦିବାରେ ନାହିଁ ବଡପଣ କାହାର

ଅନ୍ଧାରର ଆକର୍ଷଣରେ ସଭିଏଁ ବିମୁଗ୍ଧ ବିଭୋର

ଅନ୍ଧାରର ସାହଚର୍ଯ୍ୟରେ ଜୀବନ ଲାଗଇ ମଧୁର

ବିନା ଅନ୍ଧାରର ଉପସ୍ଥିତିରେ ଆଲୁଅ କି କାମର

ପ୍ରବଞ୍ଚନା ନକରି ଧୃବ ସତ୍ଯ ବୋଲି କହିପାର ।



Rate this content
Log in

Similar oriya poem from Abstract