ଅନ୍ଧାର
ଅନ୍ଧାର
ଝିଙ୍କାରୀମାନେ ଏକତ୍ରିତ ହେଲାବେଳେ,
ସେ ମାଡିଆସେ ତାଙ୍କ ସଭା ମଝିକୁ ।
ପେଚାଙ୍କ ଦୌରାତ୍ମରେ ଦିନ ମାଛି ଅନ୍ଧାରକୁ ଅଗ୍ରସର କରେ !
ଦିନ କାଳେ ଜାଳିଦେବ ତା'ର ଅବୟବ !
ତା ଅଙ୍ଗପ୍ରତ୍ୟଙ୍ଗ କୁ ଅକାରଣେ,
ଖାସ୍ ସେଇ ଭୟରେ ସେ ନିତି ବିଜନରେ -
ନିର୍ଜନ ସ୍ଥାନରେ ସହବାସ୍ଥାନ କରେ !
ଏ ଅନ୍ଧାର ସେ ଅନ୍ଧାର ନୁହେଁ !
ଯେଉଁଠି ଅଣ ପୁରୁଷାଟି ବେଶ୍ୟାର କୋଳରେ ଶୋଇଥାଏ,
ନହେଲେ ଦେଶର ଯବାନ ରାସ୍ତାକଡ଼ରେ ଦୁଷ୍କର୍ମ କରି ଚାଲିଯାଏ ।
ଏ ତ ନାରୀକୁ ବିନା ଅନ୍ତବସ୍ତ୍ରରେ ଶୋଇବାକୁ ଦିଏ,
କିଶୋରୀଟି ନବଯୌବନରେ ଶୋଇଥାଏ,
କେବେ ପାତଳ ବସ୍ତ୍ର ଖସିଯାଇଥାଏ ତ -
କେବେ ଶୁଭ୍ର ଶଙ୍ଖ ଜାନୁ ଦ୍ବୟ ଉଲଗ୍ନ ମୁଦ୍ରାରେ ଥାଏ।
ଏଠି କିଛି ବି ଦିଶେନା,
ନା ଲୁଟ୍ ତରାଜ ର ସୁରାକ୍,
ନା କିଶୋରୀ ଦେହର କୋମଳତା,
ବେଶ୍ୟା ବି ଶୋଇ ରହିଥାଏ କ୍ଳାନ୍ତିରେ ।
ଅନ୍ଧାରରେ ପ୍ରତିଫଳିତ ହୁଏ ଯାହା ଗୁଡାଏ ସ୍ବପ୍ନ !
ଆଉ ରାତି ଆକାଶର ନିଷ୍କପଟ ଜହ୍ନ ।
୦-୦-୦
