STORYMIRROR

Ajay kumar Behera

Tragedy Others

4  

Ajay kumar Behera

Tragedy Others

ଅନ୍ଧାର ଘରଟା

ଅନ୍ଧାର ଘରଟା

1 min
417


ନିଜେ ଜଳି ଜଳି

ଦେଇ ଥାଏ ସୁଖ

ଭୁଲି ଯାଇ ସିଏ

ଆପଣାର ଦୁଃଖ।୧।


ଜୀବନ ସଳିତା

ଜଳି ଜଳି ଯାଏ

ଉପବାସେ ନିତି

ଦିନ ବିତୁ ଥାଏ।୨।


ଆହା ପଦେ ପୁଣି

କହେ ନାହିଁ କେହି

ଗୁମୁରି ଗୁମୁରି

କାନ୍ଦେ ରହି ରହି।୩।


ଅନ୍ଧାର ଘରଟା

ଲାଗଇ ଅନ୍ଧାର

ସୁଖ ଆସୁ ଆସୁ

ହୁଏ ଯେବେ ଦୂର।୪।


ସବୁ ଥାଇ ସିଏ

ଅନାଥିନୀ ହୁଏ

ଆହା ପଦେ ପାଇଁ  

ଝୁରି ହେଉ ଥାଏ।୫।


ଶୈଶବ କାଳରୁ

ଭୁଲି ନିଜ ଘର

ଆପଣାର କରେ

ତାର ଶାଶୁ ଘର।୬।


ନାରୀର ଜୀବନ

କେଡ଼େ ହୀନିମାନ

ଆଶା କରି ସେତ

ପାଏ ନା ସମ୍ମାନ।୭।



Rate this content
Log in

Similar oriya poem from Tragedy