ଅନାବନା...
ଅନାବନା...
ପ୍ରେୟସୀ ପ୍ରିୟତମା,
ହୃଦୟର କେଉଁ ନିଭୃତ କୋଣରେ
ସାଇତା ଅସୀମିତ ସ୍ନେହ ଓ ଶ୍ରଦ୍ଧାକୁ
ସସ୍ନେହରେ ଗ୍ରହଣ କରିବ,ହତାଦର କରିବନି
ବୋଲି ଆଶା ଓ ଗଭୀର ବିଶ୍ୱାସ !
ତୁମେ ତ ଅନନ୍ୟା, ଅନୁପମା..!
ତୁମକୁ କେଉଁ ବିଶୁଦ୍ଧ ଶବ୍ଦ ସମ୍ଭାଷଣରେ ମୁଁ ଆପ୍ୟାୟିତ
କରିବି,ପୁଣି କେଉଁ ମଧୁର ଶବ୍ଦ ସଂଯୋଜନାରେ ମୋ
ଭାବାବେଗକୁ ପରିପ୍ରକାଶ କରିବି,
ତୁମେ ମୋ ଅବ୍ୟକ୍ତ ବେଦନା, କେଉଁ ସମ୍ବୋଧନାରେ
ମୁଁ ତୁମକୁ ଅବା ଅନୁପ୍ରାଣିତ କରିବି..!
ତୁମ ଭାବନା ତ ମେଘ ମହ୍ଲାର,
ମେଘ ଆକାଶର ଆଶାର ଵଉଦେ ତୁମ ମେଘ ଡମ୍ବରୁ
ମୁଁ ସଜେଇବାର ଅଭିପ୍ରାୟ କରିବି,
ତୁମେ ଇନ୍ଦ୍ରଧନୁ ସାତ ରଂଗୀ ପୁଣି,
ସାତ ଲହର ମୁଁ ଆଙ୍କିବି..!
ତୁମକୁ କେଉଁ ଉପମାରେ ଅଳଙ୍କୃତ କରି ପାରିବାର
ଦୁଃସାହସ ପୁଣି କରିବି,ତୁମେ ତ ଅନେକ ଉପମା
ଅଳଙ୍କାରରେ ବିଭୂଷିତ ପୁଣି, କେଉଁ ଅଳଙ୍କାର ବିଶେଷ୍ୟ ବିଶେଷଣରେ ତୁମକୁ ମୁଁ ଅନୁ ରଙ୍ଗାୟିତ କରିବି..!
ତୁମେ ଅନେକ ଉପମାରେ ଅନୁପମା,
କେଉଁ ଅନୁପମ ରଂଗ ମଧୁର ସମ୍ମୋହନେ
ମୁଁ ପ୍ରେମର ରଂଗକୁ ମାଖିବି..!
ତୁମେ ତ ଉଜ୍ଜଳ ଜ୍ୟୋତିର ଜ୍ୱଳନ୍ତ ପ୍ରତୀକ,
ତୁମକୁ କେଉଁ ଉଜ୍ଜଳ ନକ୍ଷେତ୍ର ବିଛୁରିତ ରଶ୍ମୀରେ,
ଚିତ୍ରାୟିତ କରି, ଅପରୂପ ଛବି ମୁଁ ଆଙ୍କିବି,
ତୁମେ ଶୋଭାର ଅଭିଭୂତ ଅସରା ଅନୁଭୂତି,
ମୁଁ କେଉଁ ଚିତ୍ର ପ୍ରତିମାର ପ୍ରତିମୂର୍ତ୍ତି ଗଢିବି,
ମୋ ଅନୁଭବ ରଂଗ ପ୍ରତିଛବିରେ ମୁଁ
ଛାୟା କଳ୍ପକୁ ମୁଁ ତୁମ ଇଛିବି,
ତୁମେ ସପନର ପ୍ରତିଛବି, ସପନ ସୌଧକୁ
ମୁଁ କେଉଁ ନୀରବ ଭାବନା ଭାବ ସମୁଦ୍ରରେ
ଚିତ୍ର କଳ୍ପ ଟିଏ କଳ୍ପିବି..!
ମୁଁ ଅସହାୟ ଦୃଢ ନିଶ୍ଚିତ,ହେଲେବି
ତୁମ ଆଗେ ନତ ମସ୍ତକ ହେବାକୁ ମୁଁ କୁଣ୍ଠା କରିବି,
ଆଉ ସତ କହିବାର ଯେଉଁ ଦୁଃସାହସ ପଣ,
ୟାକୁ ତ ମୁଁ ତୁମ ଠାରୁ ଶିଖିବାର ପ୍ରଚେଷ୍ଟା ରଖିବି,
ସେ ବିଶ୍ୱସନୀୟତା ତ ମୋର ଅନ୍ତର ନିଃସୃତ
ନିରାଟ ବାସ୍ତବତା,ସେଥିରୁ ମୁଁ ପୁଣି ନିବୃତ୍ତ ରହିବି,
ତୁମେ ଏୟା ହିଁ ଚାହୁଁ ଥିଲ ବୋଧେ..!
ଏ କଥାକୁ ମୁଁ ଆଜି କହିବି..!
ସତ କହିବି କି ମିଛ ମୁଁ କହିବି, ଅନେକ ଭାବନା,
ସମ୍ଭାବନା ଓ ଅନୁଶୀଳନ ପରେ
ଏଇ କଥାକୁ ମୁଁ ଲେଖୁଛି,
ଏ ନିଷ୍ପତ୍ତି ମୋର ଠିକ ଭୂଲ ବିଚାର ସାପେକ୍ଷ,
ଏଇ ପ୍ରୟାସ ମୁଁ କରୁଛି..!
ଆଉ ତୁମେ ତ ମୋ ମଞ୍ଜୁଳ ମନର ମାନସୀ,
ତୁମକୁ ମୁଁ ଲୁଚେଇ ଅବା କିପରି..?
ତୁମେ ତ ମୋ ହୃଦୟ କନ୍ଦରର ନିଭୃତ ମନର
ସ୍ବପ୍ନ ସାୟରୀ, ଏ କଥା ମୁଁ ସ୍ବୀକାର କରୁଛି..!
ତୁମେ ସ୍ବପ୍ନମୟୀ,ଲାସ୍ୟମୟୀ,
ନୀରବ, ନିଃଶ୍ଚଳ ନୀରବେ ମଉନେ କହୁଛି,
ତୁମେ ଅବଦମିତ ଜ୍ୟୋସ୍ନାମୟୀ ଶଶୀ,
ଚାରୁ ଚନ୍ଦ୍ରମା ପୁଣି,ମୋ ଶରଦ ନିର୍ମଳ ଆକାଶର
ସେଇ ବିମଳ ଜହ୍ନ,ଶୀତ ସକାଳର ଶ୍ୱେତପଦ୍ମl,
ଋତୁରାଣୀ ତୁମେ ନିଶିଗନ୍ଧା ମୁଁ ମାନୁଛି..!
ଯିଏ ଅନ୍ୟର ହୋଇ ସରିଛି,
ଯିଏ ଅନ୍ୟର ସାହାଯ୍ୟ ବିନା, ଜୀବନ ଶୁଷ୍କ
ମରୁଭୂମି ତୁଲ୍ୟ,ତାକୁ କ'ଣ ସମର୍ପଣ କରିବି..?
ଏ ଶୁଖିଲା ଖିଆଲି ଆତ୍ମ ବିଶ୍ଳେଷଣ ଛଡା ଆଉ
ଅବା କଣ ଲେଖିବି, ତମ ଦିଆ ମାନ ଓ ସମ୍ମାନ,
ରାଗ ଅଭିମାନ, ସ୍ନେହ,ଶ୍ରଦ୍ଧା ଆଉ ଆତ୍ମ ସ୍ୱାଭିମାନ
ଛଡା, ଆଉ କଣ ଅବା ତୁମର ସେ ପ୍ରିୟତମ ପାଖରେ
ଚିର ସର୍ବସ୍ବ, ସ୍ଥାୟୀ ହୋଇ ରହିଛି ଯେ, ବିରହିତ ପ୍ରାଣରେ ପ୍ରେମାପ୍ଲୁତ ଅର୍ଘ୍ୟ ଟିଏ ତୋଳିବି..!
ତମେ ଦେଇଥିବା ବିଶ୍ୱାସର ସନ୍ତକ ଟିକକ ତ
କେବେ ଠାରୁ ଆଉ କାହା ପଣତରେ ବନ୍ଧା ରଖିଛି,
ସେ ବିଶ୍ୱାସ ଯୋଗ୍ୟ ଭରଷା ଠାରୁ ମୁଁ ତ ବହୁତ ପଛରେ,
ଆଉ ବାକି ଅଛି କିଛି ଇଚ୍ଛା,ଭରଷା ଓ କିଛି ବିଶ୍ୱାସ,
ଆଉ ଟିକେ ପ୍ରେମ,ଗଭୀରତା ଭାବ, ସ୍ୱୀକାର କରିବି..!

