STORYMIRROR

Sambit Srikumar

Abstract Classics Inspirational

3  

Sambit Srikumar

Abstract Classics Inspirational

ଅମରାବତୀ

ଅମରାବତୀ

1 min
159

ଆସ ସଖୀ ଯିବା ବାରେ ମୋହର ପ୍ରିୟ ସରଗପୁର


ନଦନଦୀ ବଣ ପାହାଡ଼ ଘେରା ଅପହଞ୍ଚ ଦ୍ଵୀପାଞ୍ଚଳ

ନୁଆଁଣିଆ ଚାଳଘର ଝାଟିମାଟିର ଭଙ୍ଗା ଦଦରା କୂଟୀର

ଅଛି ସେଇ ପୁଣ୍ୟ ଭୁଇଁରେ ମୋ ଜନ୍ମସ୍ଥାନ ମୋ ଷଠିଘର।


ସତ୍ଯ ଏହା ନାହିଁ ସେଠି କିଛି ବିଶେଷ ସ୍ବାତନ୍ତ୍ର୍ଯ

ନାହିଁ କୁବେର ସମ୍ପଦ ଅବା ନାହିଁ ଇନ୍ଦ୍ରର ଐଶ୍ଵର୍ଯ୍ୟ

ମେହନତି ମଣିଷର ଲହୁରେ ଗଢା ମୋ ଅମରାବତୀ

ମୋର ପ୍ରିୟ ଭୂମି ମୋହରି ଗାଁର ପାବନ ମାଟି।


ଆଜି ବି ଜଳେନି ସେଠି ବିଜୁଳି ବତୀର ଆଲୁଅ

ସୂର୍ଯ୍ୟ ଚନ୍ଦ୍ର ଢାଳୁଥାନ୍ତି ସ୍ବେଚ୍ଛାରେ ଆପଣା କିରଣ

ଷଡଋତୁର ରମ୍ୟ ସମ୍ଭାରରେ ନାଚି ଉଠେ ଛାତି

ଫୁଟିଥାଏ ଯୁଇ ଜାଇ ହେନା ମାଳତୀ ସେବତୀ।


ମହାନଦୀର ଆଖିରେ ଆସିଲେ ଲୁହ ଜକେଇ


ନିଏ ଆମ ଘରଦ୍ବାର ଜମିବାଡ଼ି ସବୁ ଭସେଇ


ଧୋଇ ମରୁଡ଼ି ଝଡ଼ି ବର୍ଷା ସହିତ ଲଢି ଲଢି ନିତି


ଜୀଇଁବାର ମହାମନ୍ତ୍ର ଆମେ ତ ଯାଇଛୁ ଶିଖି।


ସତ କୁହ ସଖୀ ପାରିବ କି ତୁମେ ଚଳି ସେଠି

ଅଭିମାନ ଅଭିଯୋଗ ସକଳ ମନରୁ ବରଜି

ଧନେ ନୁହେଁ ମନେ ବଡ଼ ଏଠିକାର ମାଟିର ମଣିଷ

ବଚନେ କରମେ ଝରାଉଥାଆନ୍ତି ଆଶୀଷ ପୀୟୁଷ।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract