STORYMIRROR

Anita Dash

Abstract Others

3  

Anita Dash

Abstract Others

ଅମର ବିଜୟ ଗାଥା

ଅମର ବିଜୟ ଗାଥା

1 min
32


ଆହେ ପୂତ ପୁତ! କରି ପ୍ରାଣପାତ

ରଖିଲ ମାଆର ଟେକ,

କାରଗିଲ୍ ବିଜୟ ଦିବସେ କରୁଛୁ

ଭକ୍ତିଭରା ପ୍ରଣିପାତ। (୧)

ଭୁଲି ପରିଜନ ମମତା ବନ୍ଧନ

ବଳି ଦେଇଦେଲ ଶିର,

ଶ୍ରେଷ୍ଠ ତ୍ୟାଗୀ କେବେ ନୁଆଇଁ ଦେଇନ

ଆମ ତ୍ରିରଙ୍ଗାର ଶିର। (୨)

ତୁମ ତ୍ୟାଗ ଯଜ୍ଞବେଦୀର ଭିତ୍ତିରେ

ଦେଶ ସାର୍ବଭୌମ୍ୟ କିର୍ତ୍ତୀ,

ଚିର ଅମଳାନ ରହିଛି ରହିବ

ତୁମ ଜନ୍ମଭୂମି ପ୍ରୀତି । (୩)

ସଂତ୍ରାସବାଦୀଙ୍କ କୁସ୍ଚିତ ପ୍ରୟାସ

ସବୁ କରିଦେଲ ପଣ୍ଡ ,

ଅଖଣ୍ଡ ରଖିଲ କାରଗିଲ୍ ଭୂଖଣ୍ଡ

ଖଣ୍ଡି ପାଖଣ୍ଡିଙ୍କ ଦମ୍ଭ । (୪)

କୋଟି କୋଟି ଦେଶ ଜନତା ଆଖିରେ

ସୁଖ ଶାନ୍ତି ନିଦ ଦେଇ,

ଯୁଗ ପୁରୁଷହେ ହସି ହସି ଚିର-

ପ୍ରଶାନ୍ତିରେ ଗଲ ଶୋଇ । (୫)

ଜନମଭୂମିର ଋଣ ଶୁଝିଦେଲ

ଆମକୁ କରିଲ ଋଣୀ,

ଆଜୀବନ ତୁମ ବିଜୟର ଗାଥା

ହେଉଥିବୁ ମନେ ଗୁଣି । (୬)



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract