ଅମାବାସ୍ୟାର ଚନ୍ଦ୍ର
ଅମାବାସ୍ୟାର ଚନ୍ଦ୍ର
ହଁ ମୁଁ ଖୋଜୁଛି ଅମାବାସ୍ୟା ର ଚନ୍ଦ୍ର କୁ, ଯିଏ ମୋର ଚଲା ପଥ ରେ ବିଛୁରି ଦେବ
ମେଞ୍ଚା ମେଞ୍ଚା ସ୍ଵଛ ଆଲୋକ !
ଯିଏ ମୋର ଉତ୍ପତ ଶରୀରରେ ଲେପି ଦେବ ଜ୍ୟୋସ୍ନା ର ଶୀତଳ ଚନ୍ଦନ !
ମୋ କୁଆଁରୀ ମନରେ ଭରିଦେବ ପ୍ରେମ, ପ୍ରୀତି, ଭଲ ପାଇବାର ଅନୁରାଗ,
ମୋ ତନୁରେ ଖେଳେଇବ ଯୌବନ ର ଉତ୍ତାଳ ତରଙ୍ଗ,ସେତେ ବେଳେ ମୁଁ ମାନିବନି କୌଣସି ବାଧା ଓ ବନ୍ଧନ!
ପ୍ରଣୟ ର ମହୁଆ ନିଶା ରେ ହଜିଯିବି ମଜିଯିବି ବୁଡିଯିବି ପ୍ରୀତିର ସାଗରରେ
ଅନନ୍ତ କାଳ ପର୍ଯ୍ୟନ୍ତ !
ଯେମିତି ସେଦିନ ସେହି ପ୍ରେମର ଉତାଳ ତରଙ୍ଗରେ ବୁଡ଼ିଯାଇଥିଲେ, ଲଇଲା ମଜୁନ,ଆଦମ ଇଦ,କେଦାର ଗୌରୀ, ଆଉ ଜଣେ ଯେମିତି ପ୍ରେମରେ ପାଗଳ ହୋଇ ଗଢିଥିଲା ପ୍ରେମର ସନ୍ତକ ତାଜମହଲ !
ମୁଁ ଖୋଜୁଛି ସେମିତି ଏକ ପ୍ରେମର ଈଶ୍ୱର ଯିଏ ମୋ ପ୍ରେମରେ ପାଗଳ ହୋଇ ଗଢିତୋଳିବ ପ୍ରେମର ମନ୍ଦିର!
ଯେଉଁ ମନ୍ଦିର ରେ ଦିଅ ହୋଇ ଥୁଆ ହୋଇଥିବ ମୋର ନିର୍ଜୀବ ପ୍ରତିମୂର୍ତ୍ତି !
ଜାଣେନା କେବେ କେଉଁଦିନ ସେ ଶୁଭ ଦିନ ଆସିବ ମୋ ଫଟାକପାଳରେ ଉଇଁବ
ଅମାବାସ୍ୟା ର ଚନ୍ଦ୍ର!

