STORYMIRROR

Bhagabat Sahoo

Romance Others

3  

Bhagabat Sahoo

Romance Others

ଅମାବାସ୍ୟାର ଚନ୍ଦ୍ର

ଅମାବାସ୍ୟାର ଚନ୍ଦ୍ର

1 min
127


ହଁ ମୁଁ ଖୋଜୁଛି ଅମାବାସ୍ୟା ର ଚନ୍ଦ୍ର କୁ, ଯିଏ ମୋର ଚଲା ପଥ ରେ ବିଛୁରି ଦେବ

ମେଞ୍ଚା ମେଞ୍ଚା ସ୍ଵଛ ଆଲୋକ !

ଯିଏ ମୋର ଉତ୍ପତ ଶରୀରରେ ଲେପି ଦେବ ଜ୍ୟୋସ୍ନା ର ଶୀତଳ ଚନ୍ଦନ !

ମୋ କୁଆଁରୀ ମନରେ ଭରିଦେବ ପ୍ରେମ, ପ୍ରୀତି, ଭଲ ପାଇବାର ଅନୁରାଗ,

ମୋ ତନୁରେ ଖେଳେଇବ ଯୌବନ ର ଉତ୍ତାଳ ତରଙ୍ଗ,ସେତେ ବେଳେ ମୁଁ ମାନିବନି କୌଣସି ବାଧା ଓ ବନ୍ଧନ!

ପ୍ରଣୟ ର ମହୁଆ ନିଶା ରେ ହଜିଯିବି ମଜିଯିବି ବୁଡିଯିବି ପ୍ରୀତିର ସାଗରରେ

ଅନନ୍ତ କାଳ ପର୍ଯ୍ୟନ୍ତ !

ଯେମିତି ସେଦିନ ସେହି ପ୍ରେମର ଉତାଳ ତରଙ୍ଗରେ ବୁଡ଼ିଯାଇଥିଲେ, ଲଇଲା ମଜୁନ,ଆଦମ ଇଦ,କେଦାର ଗୌରୀ, ଆଉ ଜଣେ ଯେମିତି ପ୍ରେମରେ ପାଗଳ ହୋଇ ଗଢିଥିଲା ପ୍ରେମର ସନ୍ତକ ତାଜମହଲ !

ମୁଁ ଖୋଜୁଛି ସେମିତି ଏକ ପ୍ରେମର ଈଶ୍ୱର ଯିଏ ମୋ ପ୍ରେମରେ ପାଗଳ ହୋଇ ଗଢିତୋଳିବ ପ୍ରେମର ମନ୍ଦିର!

ଯେଉଁ ମନ୍ଦିର ରେ ଦିଅ ହୋଇ ଥୁଆ ହୋଇଥିବ ମୋର ନିର୍ଜୀବ ପ୍ରତିମୂର୍ତ୍ତି !

ଜାଣେନା କେବେ କେଉଁଦିନ ସେ ଶୁଭ ଦିନ ଆସିବ ମୋ ଫଟାକପାଳରେ ଉଇଁବ

ଅମାବାସ୍ୟା ର ଚନ୍ଦ୍ର!


Rate this content
Log in

Similar oriya poem from Romance