ଅଲୋଡା ହସ
ଅଲୋଡା ହସ
ତୁମେ ଫିଟାଇଲ କାହାଣୀର ମୁଣି
ମୁଁ ଶୁଣିଲି କିଛି କିଛି
ତୁମେ ହସୁଥିଲ ପ୍ରାଣଖୋଲା ହସ
ମୁଁ ହସିଲି ସାଥେ ମିଶି I
ତୁମେ ସାଜିଲ ପ୍ରୀତିର ତଟିନୀ
ମୁଁ ସାଜିଲି ପୋତଟିଏ
ଭାସି ବୁଲିଲି ମୁଁ ତୁମ ପ୍ରୀତି ଜଳେ
ଏ କୂଳୁ ସେ କୂଳ ଯାଏ I
ତୁମେ ହସିଦେଲ ଛଳନାର ହସ
ଆତ୍ମୀୟତା ହୃଦେ ରଖି
ମୋ ଆଖିର ଲୁହ ବୋଲ ମାନିଗଲା
ନିଶବ୍ଦରେ ଗଲା ଶୁଖି I
ଆଖି ପିଆଲାରେ ଲୁହର ମଦିରା
ପିଆଇଲ ପାଖେ ବସି
ଶୁଣି ପାରିଲିନି ଯନ୍ତ୍ରଣାର ସ୍ୱର
ମନେ ମନେ ଦେଲି ହସି I

