STORYMIRROR

Chinmaya Kumar Nayak

Tragedy

4  

Chinmaya Kumar Nayak

Tragedy

ଅଳିଆ ଗଦାରେ ଜୀବନ

ଅଳିଆ ଗଦାରେ ଜୀବନ

1 min
239

ସମାଜ ତାକୁ ଅଳିଆ କହି ଫିଙ୍ଗିଦେଲା ପରେ

ସେ ବାଛି ନେଇଛି ଅଳିଆ ଗଦାକୁ ତାର ସଂସାର କରି,

ସେଇଠୁ ତା ଉପାର୍ଜନ, ସେଇଠି ତା ଜୀବନ ଧାରଣ

ସେଇ ଅଳିଆ ଗଦାରେ ସେ ନିଜ ସ୍ୱାଭିମାନର ଜାଗ୍ରତ ପ୍ରହରୀ। 


ସେ ଜାଣେ ଗରିବର ପେଟ ଠିକ ଚାଖଣ୍ଡେ ମାପର

ମୁଠାଏ ଦାନା ଓ ଆଞ୍ଜୁଳାଏ ପାଣିରେ ଅନାୟାସେ ପୁରିଯାଏ,

ଦୂଷିତ ଆବର୍ଜନା ଭିତରେ ସେ ଖୋଜେ ସ୍ଵଚ୍ଛ ଜରି କେଇଖଣ୍ଡ

ଯାହାକୁ ବିକି ସେ କିଣେ ଆଜିର ଜୀବନ କଣାଏ। 


ନା ଥାଏ କାଲିର ଅବଶୋଶ ନା ଆସନ୍ତା କାଲିର ଶୋଚନା

ସେ ହିଁ ବୁଝିଛି ଏ ସଂସାର ପଙ୍କରେ କର୍ମର ପ୍ରକୃତ ରହସ୍ୟ,

ତାର ଆଜିର କର୍ମରେ ସେ ପ୍ରାପ୍ତ ହୁଏ ଆତ୍ମସନ୍ତୋଷର ବିତ୍ତ

ତା ପାଇଁ ଜୀବନ କିଛି ଖାଦ୍ୟ ଓ ରାତିଏ ନିଘୋଡ଼ ନିଦର ପରଶ। 


ତା ବର୍ଜିତ ସଂସାର ବାହାରେ ସେ ଦେଖେ କେତେ ଝଲମଲ

ଆଖି ତାର ଜଳକା ହୁଏ ସ୍ଵଚ୍ଛତାର ତୀବ୍ର ଆଲୋକରେ,

ସଭ୍ୟ ସମାଜରେ ବି ଅନେକ ଦେଖିଛି ସେ ଅସଭ୍ୟତାର ଝଲକ

ସେ କିନ୍ତୁ ଆଶ୍ୱସ୍ତି ହୁଏ ତା ସ୍ଵଚ୍ଛ ମନଟା ପାଇଁ ଏ ଅଳିଆ ଗଦାରେ। 


ଧରଣୀର ଧୂସର କୋଳକୁ ସେ କରିନେଇଛି ତା ଶୀତଳ ଚଟାଣ

ଆକାଶର ବିଶାଳ ଛାତ ତଳେ ସେ ଦେଖେ ମୁକ୍ତ ସ୍ୱପ୍ନର ସହର,

ସେ ବି ନାଚିନାଚି ଖୁବ ଭିଜେ ଶ୍ରାବଣର ନିଝୁମ ବର୍ଷାରେ

ରାତି ହେଲେ ଗୋଟି ଗୋଟି ଗଣି ବସେ ଫୁଟନ୍ତା ମିଞ୍ଜିମିଞ୍ଜି ତାରାଫୁଲ।


ଅଳିଆ ଗଦାର ମଳିନତାରେ ଝାଉଁଳି ଯାଇନି ତା ଆତ୍ମସୁନ୍ଦରତା

ଯନ୍ତ୍ରଣା ଓ ସଂଘର୍ଷ ଭିତରେ ସେ ବୁଝିଛି ଜୀବନର ମୂଲ୍ୟବୋଧ,

ତା ଅପାଠୁଆ ହୃଦୟରେ ନା ଥାଏ ପ୍ରଶ୍ନ ନା କିଛି ସନ୍ଦେହ

ବାସ୍ ଆଜିକ ବଞ୍ଚିବା ହିଁ ଜୀବନ ଏଇ ବୋଧେ ସେ ଅବୋଧର ବୋଧ।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Tragedy