ଅକ୍ଷୟ ତୃତୀୟା
ଅକ୍ଷୟ ତୃତୀୟା
କୃଷି ଭିତିକ ଏ ରାଇଜ ଆମର
ବାର ମାସେ ତେର ପର୍ବ,
ଚଷା ଭାଇ ପାଳେ ମହା ଆନନ୍ଦରେ
ଦେଖାଇ ନିଜର ଗର୍ବ l
ବୈଶାଖ ମାସର ଶୁକ୍ଳ ତୃତୀୟାରେ
ପୁଣ୍ୟ ପର୍ବ ପଡି ଥାଇ,
ଚଷା ଭାଇ ଚଳେ କ୍ଷେତକୁ ତାହାର
ଚାଷ ଅନୁକୂଳ ପାଇ l
ଏହିଁ ଦିବସରେ ନୀଳାଞ୍ଚରେ ଯେ
ପ୍ରଭୁଙ୍କ ଉତ୍ସବ ହୁଏ,
କାଠ ଅନୁକୂଳ ରଥର ନିର୍ମାଣ
ଶୁଭା ରମ୍ଭ ହୋଇ ଥାଏ l
ପ୍ରଭୁ ବଳ ରାମ ଏହିଁ ଲଗନରେ
ରେବତୀଙ୍କୁ ପାଇ ଥିଲେ,
ବିବାହ ବନ୍ଧନେ ବାନ୍ଧି ହୋଇ ପୁଣି
ଚାପ ଖେଳୁ ଥିଲେ ଭଲେ l
ଏହିଁ ଦିନ ପ୍ରଭୁ ପର୍ଶୁରାମଙ୍କର
ମର୍ତ୍ତେ ଆବିର୍ଭାବ ହେଲା,
ଜୟ ଦେବ ପୁଣି ଜନମ ଲଭିଣ
ଗୀତ ଗୋବିନ୍ଦ ରଚିଲା l
ବ୍ୟାସ ଦେବଙ୍କର ମହାନ ରଚନା
ମହାଭାରତର ଗାଥା,
ଅଠର ଦିନ ବ୍ୟାପି ଯୁଦ୍ଧ ଲାଗିଥିଲା
ଶେଷ ପର୍ବ ଦୁଃଖ କଥା l
ପାଣ୍ଡବ ମାନଙ୍କୁ ଅକ୍ଷୟ ପାତ୍ରର ଦାନ
କରିଥିଲେ ସୂର୍ଯ୍ୟ ଦେବ,
ସୃଷ୍ଟି ଆରମ୍ଭିଲେ ସତ୍ୟ ଯୁଗେ ବ୍ରହ୍ମା
ମନେ ଆଣି ଅନୁଭବ l
ବିବାହ ବ୍ରତ ଶୁଭ ମାଙ୍ଗଳୀକ କାର୍ଯ୍ୟ
ଗୃହ ପ୍ରବେଶ ଯେ ହୁଏ,
ଅକ୍ଷୟ ପୁଣ୍ୟର ଫଳ ଲଭି ତାହା
କୋଟି ଜନ୍ମ ଫଳ ଦିଏll

