STORYMIRROR

Chittaranjan Nanda

Abstract Inspirational Others

4  

Chittaranjan Nanda

Abstract Inspirational Others

ପଦେ ସତ କଥା କହି ପାରିବିନି

ପଦେ ସତ କଥା କହି ପାରିବିନି

1 min
243


କାନନ କୁନ୍ତଳା ତଟିନୀ ମେଖଳା ରତ୍ନଗର୍ଭା ମୋର 

ଏଇ ଭାରତ ମା'ଆ ମାଟି ପାଇଁ

ଡେଇଁ ପଡିଥିଲେ ନିର୍ଭିକ ନିଷ୍ଠାପର ବ୍ୟକ୍ତି ସରବେ

ମଣିଷର ସ୍ୱାଧୀନତା ହାସଲ ପାଇଁ ।


ପ୍ଲାବନି ଉଠିଥିଲା ଆତ୍ମସମ୍ମାନ ପାଇଁ ସ୍ୱାଧୀନଚେତା

ସନ୍ତାନ ମାନଙ୍କ ମନ ପ୍ରାଣରେ 

ସାଉଁଟି ଆଣିଥିଲେ ଆକାଂକ୍ଷିତ ସ୍ୱାଧୀନତାକୁ ନିଜ 

ଧମନୀର କଞ୍ଚା ରକ୍ତର ପ୍ଲାବନରେ ।


ଏକବିଂଶ ଶତାବ୍ଦୀର ବୁଦ୍ଧିଜୀବି ଓ ଯୋଗ୍ୟ ସମୂହ 

ସହରୀ ସଭ୍ୟ ମଣିଷ ମାନେ 

ରାଜ୍ୟ ଓ ଦେଶ ରାଜନୀତିରେ ଯାହା ଘଟୁଛି ତାହା 

ମନରେ ଗଭୀରତାର ସହ ଭାବୁଛେକି ଥରେ ।


ଦେଖ ଆଜି ମୋର ଯେତେ ଭଉଣୀ ଭାଇ, ତୁମର 

ବିବେକ ଓ ନେତ୍ର ବିସ୍ତାରୀ, 

ଦେଶସେବା ନାମରେ ନେତା ମାନେ ଆଜି ଖାଆନ୍ତି 

କିପରି ଆମ ଦେଶକୁ କୋରି ।


ଶାସନ କଳରେ ରହି କରନ୍ତି ଗଣହତ୍ୟା, ଚୋରି 

ଦୁଷ୍କର୍ମ, ରାମରାଜ୍ୟ କିପରି ହୋଇବ ସତ

ଅମଣିଷ ପଣିଆ ଶାସନ କଳଠୁ ହୁଏ ଯେବେ ସୁରୁ 

କିପରି ଗଡିବ ଏ ଦେଶର ପ୍ରଗତି ରଥ ।


ଅବଶ୍ୟ, ଆମ ଦୁର୍ଗତି ପାଇଁ ଆମେ ଦାୟି ପରା 

ଅଟେ, ଆମ ମାନଂକର ଉଦାସୀନତା 

ନିର୍ଭିକ ନିଷ୍ଠାପର ବ୍ୟକ୍ତିଙ୍କର ଦାୟାଦ ହୋଇ ରକ୍ଷା 

କରି ପାରିବାନି କି କଷ୍ଟ ଅର୍ଜିତ ସ୍ୱାଧୀନତା ।


ହେ, ଚେଇଁ ଶୋଇଥିବା ମଣିଷ, ଭାବୁଛ କି ମୋ କଥା

ଗହନ ନିଦର ସପନର ଏକ ରଜନୀ ଗଳ୍ପ

ଆଗାମୀ ପିଢ଼ିଙ୍କ ଭବିଷ୍ୟତ ପାଇଁ ଜାଗ ଯେତେ ଭାରତୀୟ 

ଜାଗ ସୃଷ୍ଟି କର ନୂଆ ଚେତନାର ଚିତ୍ରକଳ୍ପ ।


ଚେଇଁ ଶୋଇବାରେ କଟିଗଲା ୭୫ ବରଷ, ଆମେ 

ଅଣ୍ଟାଭିଡି କିଛି କରି ପାରିଲେନି

ନହେଲା ନାଇଁ, ଆଗାମୀ ପିଢ଼ିଙ୍କ ଭବିଷ୍ୟତ ପାଇଁ 

ଆମେ କ'ଣ ପଦେ ସତ କଥା କହି ପାରିବିନି ।


Rate this content
Log in

Similar oriya poem from Abstract