ପଦେ ସତ କଥା କହି ପାରିବିନି
ପଦେ ସତ କଥା କହି ପାରିବିନି
କାନନ କୁନ୍ତଳା ତଟିନୀ ମେଖଳା ରତ୍ନଗର୍ଭା ମୋର
ଏଇ ଭାରତ ମା'ଆ ମାଟି ପାଇଁ
ଡେଇଁ ପଡିଥିଲେ ନିର୍ଭିକ ନିଷ୍ଠାପର ବ୍ୟକ୍ତି ସରବେ
ମଣିଷର ସ୍ୱାଧୀନତା ହାସଲ ପାଇଁ ।
ପ୍ଲାବନି ଉଠିଥିଲା ଆତ୍ମସମ୍ମାନ ପାଇଁ ସ୍ୱାଧୀନଚେତା
ସନ୍ତାନ ମାନଙ୍କ ମନ ପ୍ରାଣରେ
ସାଉଁଟି ଆଣିଥିଲେ ଆକାଂକ୍ଷିତ ସ୍ୱାଧୀନତାକୁ ନିଜ
ଧମନୀର କଞ୍ଚା ରକ୍ତର ପ୍ଲାବନରେ ।
ଏକବିଂଶ ଶତାବ୍ଦୀର ବୁଦ୍ଧିଜୀବି ଓ ଯୋଗ୍ୟ ସମୂହ
ସହରୀ ସଭ୍ୟ ମଣିଷ ମାନେ
ରାଜ୍ୟ ଓ ଦେଶ ରାଜନୀତିରେ ଯାହା ଘଟୁଛି ତାହା
ମନରେ ଗଭୀରତାର ସହ ଭାବୁଛେକି ଥରେ ।
ଦେଖ ଆଜି ମୋର ଯେତେ ଭଉଣୀ ଭାଇ, ତୁମର
ବିବେକ ଓ ନେତ୍ର ବିସ୍ତାରୀ,
ଦେଶସେବା ନାମରେ ନେତା ମାନେ ଆଜି ଖାଆନ୍ତି
କିପରି ଆମ ଦେଶକୁ କୋରି ।
ଶାସନ କଳରେ ରହି କରନ୍ତି ଗଣହତ୍ୟା, ଚୋରି
ଦୁଷ୍କର୍ମ, ରାମରାଜ୍ୟ କିପରି ହୋଇବ ସତ
ଅମଣିଷ ପଣିଆ ଶାସନ କଳଠୁ ହୁଏ ଯେବେ ସୁରୁ
କିପରି ଗଡିବ ଏ ଦେଶର ପ୍ରଗତି ରଥ ।
ଅବଶ୍ୟ, ଆମ ଦୁର୍ଗତି ପାଇଁ ଆମେ ଦାୟି ପରା
ଅଟେ, ଆମ ମାନଂକର ଉଦାସୀନତା
ନିର୍ଭିକ ନିଷ୍ଠାପର ବ୍ୟକ୍ତିଙ୍କର ଦାୟାଦ ହୋଇ ରକ୍ଷା
କରି ପାରିବାନି କି କଷ୍ଟ ଅର୍ଜିତ ସ୍ୱାଧୀନତା ।
ହେ, ଚେଇଁ ଶୋଇଥିବା ମଣିଷ, ଭାବୁଛ କି ମୋ କଥା
ଗହନ ନିଦର ସପନର ଏକ ରଜନୀ ଗଳ୍ପ
ଆଗାମୀ ପିଢ଼ିଙ୍କ ଭବିଷ୍ୟତ ପାଇଁ ଜାଗ ଯେତେ ଭାରତୀୟ
ଜାଗ ସୃଷ୍ଟି କର ନୂଆ ଚେତନାର ଚିତ୍ରକଳ୍ପ ।
ଚେଇଁ ଶୋଇବାରେ କଟିଗଲା ୭୫ ବରଷ, ଆମେ
ଅଣ୍ଟାଭିଡି କିଛି କରି ପାରିଲେନି
ନହେଲା ନାଇଁ, ଆଗାମୀ ପିଢ଼ିଙ୍କ ଭବିଷ୍ୟତ ପାଇଁ
ଆମେ କ'ଣ ପଦେ ସତ କଥା କହି ପାରିବିନି ।
