ଝୁରେ କପୋତୀ
ଝୁରେ କପୋତୀ
ପ୍ରଜାପତି ବ୍ରହ୍ମା ସୃଷ୍ଟି କରିଛନ୍ତି
ନର ଜୀବ ପଶୁ ପକ୍ଷୀ
ପୁର୍ବ ସୁକୃତରୁ ସୁଖର ସଂସାର
ଅଳପ ଜଣ କରନ୍ତି।
ସେହିପରି ଦୁଇ କପୋତ କପୋତୀ
ଶାନ୍ତି ନୀଡ଼ ଟିଏ କରି
ରହିଥିଲେ ଦୁହେଁ ଆନନ୍ଦ ମନରେ
ସୁଖର ସଂସାର କରି ।
କୁଆଡୁ ଆସିଲା ଅଦିନିଆ ଝଡ଼
ଭାଙ୍ଗିଗଲା ତାଙ୍କ ବସା
ଗୁମୁରି, ଗୁମୁରି କାନ୍ଦୁଛି କପୋତୀ
ନାହିଁ କେ ସାହା ଭରଷା ।
ଏପରି ସୁନ୍ଦର ବଇକୁଣ୍ଠ ଘର
ହଜାରରେ ଗୋଟେ ଥିବ
କପୋତ ତାହାକୁ ଛାଡ଼ି ଚାଲିଗଲା
କେ ତାକୁ ରକ୍ଷା କରିବ।
କେ ବୁଝିବ ତାର ହୃଦୟ ବେଦନା
ମନର ଗୋପନ କଥା
ଜ୍ଵର ବାଧକରେ ପଡ଼ିଥିଲେ କିଏ
ଆଉଁସି ଦେବ ତା ମଥା ।
ଶାନ୍ତିର ନିଡରେ ଆନନ୍ଦ ମନରେ
ରହିଥିଲେ ସେହି ଦୁହେଁ
ନ ଥିଲା ତାଙ୍କର ଦ୍ଵନ୍ଦ ଓ ଅଶାନ୍ତି
ଖୁସିରେ ତ ଦିନ ଯାଏ ।
ଅଭାବି ସଂସାର ହେଲେ ବି ତାଙ୍କର
ନ ଥାଏ ମନରେ ଦୁଃଖ
ମୁଖେ ଛୁଟୁଥାଏ ହସର ଜୁଆର
ଆଖିରେ ଥିଲା ଚମକ ।
ଶାନ୍ତ,ସରଳର ଯୋଡ଼ି ଥିଲେ ଦୁହେଁ
ଏକ ମନ ଏକ ପ୍ରାଣ
ଜଣେ ଥିଲା ପିଣ୍ଡ ଆଉ ଜଣେ ପ୍ରାଣ
ଏହିପରି କଟେ ଦିନ ।
ଜଣକ ଦେହରେ କଣ୍ଟା ଫୁଟି ଗଲେ
ଆଉ ଜଣେ ପାଏ କଷ୍ଟ
ସୁଖି ପରିବାର ଥିଲାଟି ତାଙ୍କର
ନ ଥିଲା କିଛି ସଙ୍କଟ ।
କାହାକୁ କହିବ କେ ବୁଝିବ ଦୁଃଖ
କାନ୍ଦିବା ଟା ସିନା ସାର
ପ୍ରାଣ ପକ୍ଷୀ ଦେହୁ ଉଡ଼ିଗଲେ ତାର
ଦୁଃଖ ହୋଇ ଯାନ୍ତା ଦୁର ।