STORYMIRROR

Ajit Kumar Raut

Abstract

4  

Ajit Kumar Raut

Abstract

ଦଶହରା

ଦଶହରା

1 min
322


ଦଶହରା ଅଟେ ବିଜୟାଦଶମୀ ଯହିଁ ଆୟୁଧର ପୂଜା,

ହିନ୍ଦୁଙ୍କର ଏହୁ ବିଜୟ ପର୍ବଟି

ଶକ୍ତିଙ୍କ ଭକ୍ତିରେ ପୂଜା। 


ଅଶ୍ବିନୀ ମାସର ଶୁକ୍ଳପକ୍ଷେ ପରା ଦଶମୀ ତିଥି ଟି ଯହିଁ,

ରାମ କରିଥିଲେ ରାବଣକୁ ବଦ୍ଧ

ପର୍ବ ଟି ବିଜୟେ ତହିଁ।


ଦେବୀ ଦୁର୍ଗା ଯହିଁ ନବ ରୂପ ଧରି ମାରିଲେ ମହିଷାସୁର,

ନବ ରାତ୍ର ଯୁଦ୍ଧ କରିଣ ମାରିଲେ

ଦଶମୀ ରେ ଦୁରାଚାର।


ପର୍ବ ବିଜୟର ପରା ଅଟେ ଏହୁ ଅସତ୍ୟେ ସତ୍ୟର ଜୟ,

ଅଧର୍ମୀ ବିନାଶ କରିଲେ ଟି ଦୁର୍ଗେ

ସତ୍ୟର ହେଲା ଟି ଜୟ।


ଦଶମୀଟି ପରା ଉତ୍ସବର ଦିନ ନାଚୁ ଛନ୍ତି ଉତ୍ସାହରେ,

ଧର୍ମର ସ୍ଥାପନା କରିଲେ ଟି ଦୁର୍ଗେ

ଅଛନ୍ତି ଶକ୍ତି ଶକ୍ତିରେ।


ଦଶହରା ପର୍ବ ବିଜୟର ପର୍ବ ଭକ୍ତିର ହୁଏ ଗୁଞ୍ଜନ,

ହୋଇ ସୁସଜ୍ଜିତ ମହିଳା ନାଚନ୍ତି

ଦଶମୀ ଟି ଆନନ୍ଦ ଦିନ।


ବାଜୁଛି ମୃଦଙ୍ଗ ମହୁରୀ ବାଜୁଛି ଶଙ୍ଖ ହୁଳହୁଳି ଧ୍ବନି,

ତହିଁ ଭକ୍ତିମୟ ପବିତ୍ର ଧରଣୀ

ଗୁଞ୍ଜେ ଶକ୍ତିରୂପା ଧ୍ବନି।


ନୂଆ କଳେବର ଧରିତ୍ରୀ ହୋଇଛି ଦୁର୍ଗାଙ୍କର ଆଗମନେ,

ସୁଗନ୍ଧିତ ପୁଷ୍ପ ସୁଗନ୍ଧ ଦେଉଛି

ଶକ୍ତିରୂପାଙ୍କ ବନ୍ଦନେ।


ଅପୂର୍ବ ଦୃଶ୍ୟ ଟି ମନମୋହୁ ଅଛି ଦେବୀଙ୍କର ଆଗମନେ,

ନାହିଁ ଶକ୍ତି କାର ବର୍ଣ୍ଣିବାରେ ତାରେ

ଭକ୍ତି ପ୍ରୀତି ପରା ଦିନ।


ଶକ୍ତିର ସଞ୍ଚାର ହେଉଛି ବଦନେ ଆଜିରେ ବିଜୟ ପର୍ବ,

ପବିତ୍ର ପାର୍ବଣ ଦିଏ ସତ୍ୟ ପଥ

ଅଟେ ସତ୍ୟ ନ୍ୟାୟ ପର୍ବ।


ନୃତ୍ୟ ସଂଗୀତରେ ଗୁଞ୍ଜୁଛି ପେଣ୍ଡଲ୍ ଶକ୍ତିରୂପାଙ୍କ ଭକ୍ତିରେ

ନାହିଁ ଭେଦଭାବ ନାହିଁ ଜାତିଭେଦ

ପ୍ରେମର ଭକ୍ତି ସାଗରେ।


ପାର୍ବଣ ବିଜୟ ପରା ଦଶହରା ଅଧର୍ମୁ ଜୟ ଧର୍ମର 

ଅସତ୍ୟରୁ ଦେବୀ ସତ୍ୟକୁ ସ୍ଥାପିଲେ 

ମାରିଣ ମହିଷାସୁର।


କର ଶୁଭାଶିଷ ମାନବ ଜାତିକୁ ରାଷ୍ଟ୍ର ହେଉ ଶକ୍ତିଶାଳୀ,

ଆତ୍ମନିର୍ଭରଟି ହେଉ ଆମ ରାଷ୍ଟ୍ର

ହେଉ ବିଶ୍ବେ ବଳଶାଳୀ।


ଅହିଂସାର ମନ୍ତ୍ର ଜାଗ୍ରତ କର ମା ସମଭାବ ମନ୍ତ୍ର ରହୁ,

ଜ୍ଞାନ ଓ ବିଜ୍ଞାନ ଆବିଷ୍କାର କର

ସମ୍ମାନ ବିଶ୍ବରେ ରହୁ।


ନୂଆ ଭାରତର ସ୍ବପ୍ନ ପୁରା କର ରାଷ୍ଟ୍ର ହେଉ ବିଶ୍ବଗୁରୁ,

ସନାତନୀ ପରା ସଂସ୍କୃତି ଆମର

ବିଶ୍ବ ଭି ଆଦର କରୁ।


ସଙ୍କଟ ତାରିଣୀ ଶକ୍ତିରୂପା ମାଆ ଗୃହର ମଙ୍ଗଳ କର,

ଗୃହ କର୍ତ୍ତବ୍ୟକୁ ପୂର୍ଣ୍ଣ କର ମାଆ

ଆଶିର୍ବାଦ ଗୃହେ କର।


Rate this content
Log in

Similar oriya poem from Abstract