STORYMIRROR

Ajit Kumar Raut

Abstract

4  

Ajit Kumar Raut

Abstract

କାଳରାତ୍ରୀ ସ୍ବରୂପେ ପୂଜନ

କାଳରାତ୍ରୀ ସ୍ବରୂପେ ପୂଜନ

1 min
415


କଳାରାତ୍ର ରୂପ ଧରିଣ ମା ଦୁର୍ଗେ

     ଶକ୍ତିରୂପା ସ୍ବରୂପେ ଆବିର୍ଭୂତ

ଦାନବ ସଂହାରେ ରୂପ ଭୟଙ୍କର

      ପାରିବ କିଏସେ ତାହା ବର୍ଣ୍ଣିତ।


ନବଦୁର୍ଗାଙ୍କର ସପ୍ତମ ଅଷ୍ଟମେ

     କାଳରାତ୍ରୀ ରୂପେ ତାଙ୍କରି ପୂଜା,

ଦୁଷ୍ଟ ଦାନବକୁ ସଂହାର କରିଲେ 

    କାଳରାତ୍ର ରୂପେ ମାଆଙ୍କ ପୂଜା।


ସ୍ବରୂପ ଦୁର୍ଗାଙ୍କ ଭୟଭୀତ ଯହିଁ

       ଭୟଟି ସଞ୍ଚାର ଦୁଷ୍ଟର ତହିଁ,

ତାଙ୍କ ଆବିର୍ଭାବ ପାପୀ ବିନାଶନେ

     ପବିତ୍ର ପୂଜନେ ଭକ୍ତିଟି ଯହିଁ।


ଭକ୍ତ ଉପରେ ମା କୃପା ରଖି ଥାନ୍ତି,

     ଶକ୍ତି ଶୁଭଙ୍କରୀ ନାମ ଟି ରାତ୍ରୀ,

କରୁଣା ରଖନ୍ତି ଭକ୍ତଙ୍କ ଉପରେ      

ସ୍ବରୂପ ଶକ୍ତିଙ୍କ ଏ କାଳରାତ୍ରୀ


ଭୂତ ଭାମ୍ପାୟାର ଭୟ ନଥାଏରେ

     ଶକ୍ତିଙ୍କ ପୂଜନେ ହୁଏଟିରେ ଦୂର,

ମଙ୍ଗଳ କରନ୍ତି ଭକ୍ତ ଜନଙ୍କର     

 କରୁଣା ଥାଏରେ ଚିରନ୍ତନର।


ପୁଷ୍ପ ଗନ୍ଧ ଦୀପେ ପୂଜନ ତାଙ୍କର

   ନାନାଦି ନୈବେଦ୍ୟେ ତାଙ୍କରି ପୂଜା,

ଢୋଲ ଓ ମହୁରୀ ଗୁଞ୍ଜନ ପୂଜାରେ

       ଭକ୍ତ କରୁଥାନ୍ତି ଶକ୍ତିଙ୍କ ପୂଜା।


କମଳା ରଙ୍ଗଟି ଶୁଭ ଅଟେ ଭକ୍ତ

      ଅଗ୍ନି ଉଜ୍ଜଳତା ଜ୍ଞାନ ପ୍ରତୀକ,

କରନ୍ତି ଧାରଣ ମହିଳା ବସ୍ତ୍ରକୁ

       ଏହୁ ପରିଧାନ ଶୁଭ ନାରୀଙ୍କ।


ରାଜଶ୍ରୀ ମତରେ ସନ୍ଧି ମହାମେରୁ

     ପୂଜା ଘରେଘରେ ହୁଏ ତାଙ୍କରେ,

ଅସ୍ତ୍ର ଶସ୍ତ୍ର ପୂଜା ହୁଏ ଟି ଆଜିରେ

       ପୂଜନ ଟି ପରା ଶକ୍ତି ଭକ୍ତିରେ।


ରାତ୍ରୀରେ ପୂଜନ ବିଧି ଓ ବିଧାନେ,

     ଆରାଧ୍ୟ ପରାରେ ଖଣ୍ଡାୟତ ଜନେ,

ଅସ୍ତ୍ର ଶସ୍ତ୍ର ଧୋଇ ନଈରୁ ଆଣନ୍ତି

      ପୂଜା ଶକ୍ତିରୂପା ଭକ୍ତି ଓ ଧ୍ୟାନେ।


ସପ୍ତମୀ ପୂଜନ ଦିନରେ ଶକ୍ତିଙ୍କ,

      ଯହିଁ ରାତ୍ରୀରେ ଅଷ୍ଟମୀ ମାତାଙ୍କ,

ସନ୍ଧି ମହାମେରୁ ହେବ ରାତ୍ରକାଳେ 

       ପୂଜା ତିଥି ଅନୁଯାୟୀ ଶକ୍ତିଙ୍କ।


ମଙ୍ଗଳ କରିବେ ମାତା ଶକ୍ତିରୂପା 

         କରିବେଟି ମା ଜଗ ମଙ୍ଗଳ,

ମର୍ତ୍ତ୍ୟବାସୀ ପାଇଁ ଆବିର୍ଭାବ ଦେବୀ

        କରିବେଟି ମା ରାଷ୍ଟ୍ର ମଙ୍ଗଳ।


ଦେବୀ କାଳରାତ୍ର କରିବେ ସୁଦୟା

       ରାଷ୍ଟ୍ରକୁ କରିବେ ସେ ବିଶ୍ବ ଗୁରୁ,

ରାଷ୍ଟ୍ର ହେବ ଆମ ଆତ୍ମନିର୍ଭରଟି

        ଅମୃତ କାଳଟି ହୋଇଛି ଶୁରୁ।


ଭୁଲଥିଲେ ମାତା କ୍ଷମା କରିବହେ

       ମୋତେ ରଖିବହେ ଚରଣ ତଳେ,

ଭକ୍ତି ଜ୍ଞାନ ଦେଇ କରୁଣା କରିବେ

        ଗାଉଥିବି ମା ନାମ ଚିରକାଳେ।


Rate this content
Log in

Similar oriya poem from Abstract