ଚନ୍ଦ୍ରଘଣ୍ଟା
ଚନ୍ଦ୍ରଘଣ୍ଟା
ମାତା ଚନ୍ଦ୍ରଘଣ୍ଟା ତୃତୀୟ ଶକତି
ମାତା ଦୁର୍ଗାଦେବୀଙ୍କର
ଦଶଭୁଜା ମାତା ସଦା ଯୁଦ୍ଧୋଦ୍ୟତା
ଥାଆନ୍ତି ସିଂହ ପୃଷ୍ଠର ।
ଅସ୍ତ୍ର ଶସ୍ତ୍ର ସୁସଜ୍ଜିତା ମହାମାୟୀ
ଶତ୍ରୁ ହୃଦୟରେ ଭୟ
ଜାଗ୍ରତ କରାନ୍ତି ଭକତ ସାଧକ
ଦର୍ଶନେ ଲଭେ ଅଭୟ ।
ଚନ୍ଦ୍ର ଆକୃତିର ଘଣ୍ଟା ଝୁଲୁଥାଏ
ମାତାଙ୍କର ମସ୍ତକରେ
ସେଥିପାଇଁ ତାଙ୍କ ନାମ ଚନ୍ଦ୍ରଘଣ୍ଟା
ହୋଇଛି ଏହି ପ୍ରକାରେ ।
ପ୍ରଚଣ୍ଡ ଧ୍ୱନିରେ ପ୍ରକମ୍ପିତ ହୁଏ
ମାତାଙ୍କର ଘଣ୍ଟାମାନ
ସେ ଧ୍ୱନି ଶ୍ରବଣେ ଦାନବ ହୃଦୟେ
ଜାତ ହୁଅଇ
କମ୍ପନ ।
ମାତାଙ୍କୁ ପୂଜିଲେ ମଣିପୁର ଚକ୍ରେ
ସାଧକର ମନ ରହେ
ଦିବ୍ୟ ବସ୍ତୁ ଦିବ୍ୟ ଗନ୍ଧ ଦରଶନ
ସେଦିନ ସାଧକ ପାଏ ।
ସର୍ବବିଧ ପାପ ବିନଷ୍ଟ ହୁଅଇ
ସର୍ବ ବାଧା ହୁଏ ଦୂର
ଭକତର ଦୁଃଖ ଦୂର ହୋଇ
ଭକ୍ତ ହୁଏ ନିର୍ଭୀକ ପ୍ରଖର ।
ସୌମ୍ଯତା ନମ୍ରତା କାନ୍ତି ମାଧୁର୍ଯ୍ୟର
ଦିବ୍ୟତା ଭକତ ଲଭେ
ସୁଖ ଶାନ୍ତି ଭକତର ଦରଶନେ
ଇତରେ ପାଆନ୍ତି ଲବେ ।
ମାତା ଚନ୍ଦ୍ରଘଣ୍ଟା କୃପାମୟୀ ଆମେ
ଲଭି ତାଙ୍କ କୃପା ବାରି
ଇହ ପର ଲୋକ କଲ୍ୟାଣ କରିବା
ବିହିତ କର୍ମ ଆଚରି ।