ତମେ
ତମେ
ମୁଁ ମଣିଷଟେ, ନୁହେଁ ମୁଁ
ଯନ୍ତ୍ର ମାନବ, ତମେ କିନ୍ତୁ
ମତେ ସେମିତି କିଛିବି କୁହନି
ମୋର ଦୁଃଖ ଅଛି
ଯନ୍ତ୍ରଣା ବି ଅଛି
ଉତେଜନା ଅଛି
ଉଦ୍ଧିପନା ଅଛି ଜ୍ୱଳନ
ବାଧିଛି ମତେ ଅନଳର
ଜ୍ୱଳନ ବାଧିଛି ମତେ
କୁ ଚକ୍ରାନ୍ତର
ତମେ କାହିଁକି ସେମିତି
କର, ମୋ ଜ୍ୱଳନରେ
ତମର କି ଆନନ୍ଦ
ମତେ ବାଧେ ବୋଲି
ବୋଧେ ତମେ ଜାଳିଦିଅ
ନିତି ନିତି ତମ ଇର୍ଷାର ଅନଳରେ ll
