STORYMIRROR

Pratima Satpathy

Abstract

4  

Pratima Satpathy

Abstract

ବଗଲା, ବଗୁଲୀ

ବଗଲା, ବଗୁଲୀ

1 min
374


ପୋଖରୀ ତୁଠରେ ମନ ଦୁଃଖ କରି

   ବସି ରହିଛି ବଗୁଲା

ବଗୁଲି ତା ସାଙ୍ଗେ କଳହ କରିଣ

    ବାପଘର ଚାଲିଗଲା ।


କଅଣ କରିବ ବଗୁଲା ବିଚରା

     ବୁଦ୍ଧି ବାଟ ଦିଶୁ ନାହିଁ

ଶ୍ଵଶୁର ଘରକୁ ଯିବବୋଲିସିଏ

     ହେଉଅଛି ହାଇଁ ପାଇଁ ।


ନାରୀ ସ୍ବାଧିନତା ଆଇନ୍ ରହିଛି

    ସେ ପାଇଁ ଲାଗୁଛି ଭୟ

କୁଟା, କାଠି ଆଣି ଘର କରି ଥିଲା

     କିଏସେ ରହିବ କୁହ ।


ହାତ ଧରି ତାକୁ ଅନୁରୋଧ କରି

    କଲା କେତେ ନିବେଦନ

ଘର ଛାଡ଼ି ନ ଯିବାକୁ କହିକରି

   ଧରି ଥିଲା ନିଜ କାନ ।


ତା କଥାକୁ ସବୁ ନ ଶୁଣି ବଗୁଲି

    ଚାଲିଗଲା କରି ପର

ପୁରୁଣା କଥାକୁ ଭାବୁଛି ବଗୁଲା

    ନେତ୍ରୁ ଝରିପଡେ ନୀର ।


ସାକ୍ଷୀ ଏକା ତାର ବୁଢ଼ା ବରଗଛ

   ସବୁ ଦେଖୁଅଛି ବସି

କାହିଁ କେତେ କାଳୁ ରହିଛି ଏ ଗଛ

   ଓହଳ ତା ମୂକ ସାକ୍ଷୀ ।


ଦୁନିଆଁ ଜାଣିଲେ କଣ କହିବ

   ଶୁଖି ଯାଉଛି ତା ମୁହଁ

ମନେପଡେସବୁ ପୁରୁଣାସ୍ମୃତି ତା

    ଅନ୍ତରୁ ଉଠଇ କୋହ ।


ଦାମ୍ପତ୍ୟ କଳହ ବଡ ଦୁର୍ବିସହ

    ଦିଅଇ ବହୁତ ଦୁଃଖ

ବଗୁଲିକୁ ମୋର ଫେରାଇଆଣ ହେ

  ପ୍ରଭୁ ଶ୍ରୀ କଳା ଶ୍ରୀମୁଖ ।


Rate this content
Log in

Similar oriya poem from Abstract