STORYMIRROR

Ajit Kumar Raut

Abstract

4  

Ajit Kumar Raut

Abstract

ନବଦୁର୍ଗା

ନବଦୁର୍ଗା

1 min
303

ସନାତନ ଧର୍ମେ ଦୁର୍ଗା ଓ ପାର୍ବତୀ

ନବଦୁର୍ଗା ଅବତାର,

ପାପ ବିନାଶନୀ ଜଗତ ତାରିଣୀ

ଶକ୍ତି ପରା ଏକାକାର।


ଅସ୍ତ୍ର ଘନଘନ ପାପୀ ବିନାଶନେ

ଶୁଭେ ଟି ଭୈରବୀ ରଡି

ଦେବୀ ଆବିର୍ଭାବ ବିଭିନ୍ନ ଜନ୍ତୁରେ

ଘଡଘଡି ପରି ରଡି।


ଆବିର୍ଭାବ ଧାମେ ଶକ୍ତି ନବଦୁର୍ଗା

ପୂଜନ ହୁଏ ମର୍ତ୍ତରେ,

ମର୍ତ୍ତବାସୀ ଯହିଁ ଖୁସୀ ଓ ଆନନ୍ଦେ

ପୂଜାର୍ଚ୍ଚନା ଟି ପ୍ରେମରେ।


ଶୈଲପୁତ୍ରୀଙ୍କର ମହିମା ଅପାର

ବର୍ଣ୍ଣିବାରେ କାର ଶକ୍ତି,

ଜଗମାୟା ହେହୁ ଶକ୍ତିରୂପା ସେହୁ

ମାତା ଯହିଁ ଆଦିଶକ୍ତି।


ଦ୍ବିତୀୟ ରୂପରେ ବ୍ରହ୍ମଚାରିଣୀଙ୍କ     

ପୂଜନ ଟି ଭକ୍ତିଚିତେ,

ଜ୍ଞାନର ପ୍ରଦୀପ ଜାଳନ୍ତି ମହୀରେ

ଜନନୀ ସେ ଜନହୀତେ।


ଚନ୍ଦ୍ଧଘଣ୍ଟା ପରା ତୃତୀୟ ରୂପରେ

ପୂଜନ ଟି ବିଧି ମତେ,

ସଙ୍କଟ ତାରିଣୀ ଦେବୀ ଶକ୍ତିରୂପା

ଆବିର୍ଭାବ ଏହୁ ମର୍ତ୍ତ୍ୟେ।


କୁଷ୍ମାଣ୍ଡା ରୂପଟି ଶକ୍ତିରୂପାଙ୍କର

ପଟାନ୍ତାର ନାହିଁ ତାର,

ଚତୁର୍ଥ ଦିବସେ ପୂଜନ ତାଙ୍କର

ଦାରିଦ୍ର୍ୟତା ହୁଏ ଦୂର।


ପଞ୍ଚମ ଦିବସେ ସ୍କନ୍ଦମାତା ରୂପ

ପୂଜନ ହୁଏ ଭକ୍ତିରେ,

ଭକ୍ତ ମନବାଞ୍ଚା ପୂରଣ କରନ୍ତି

ଆଶିଷ ତଳହସ୍ତରେ।


ଷଷ୍ଠ ରୂପ ପରା କାତ୍ୟୟନୀ ତାଙ୍କ

ସପ୍ତମ ଟି କାଳରାତ୍ରୀ,

ଅଷ୍ଟମେ ତାଙ୍କର ମହାଗୌରୀ ରୂପ

ନବମ ଟି ସିଦ୍ଧିଦାତ୍ରୀ।


ନବଦୁର୍ଗାଙ୍କର ଏହୁ ରୂପେ ପରା

ପୂଜନ ଟି ଧରା ଧାମେ,

ଭକ୍ତ କରୁଥାନ୍ତି ପୂଜନ ଭକ୍ତିରେ

ନିସ୍ବାର୍ଥ ଭକ୍ତିର କର୍ମେ।


ଜ୍ଞାନର ପ୍ରଦୀପ ଅଙ୍କୁରିତ କର

ଜନଙ୍କ କର ମଙ୍ଗଳ,

କର ଶକ୍ତିଶାଳୀ ପବିତ୍ର ଭାରତ

ରାଷ୍ଟ୍ରକୁ କର ସମ୍ବଳ।


ସତ୍ୟ ଅହିଂସାର ଗୁଞ୍ଜୁମନ୍ତ୍ର ରାଷ୍ଟ୍ରେ

ସମଭାବ ମନ୍ତ୍ର ଗୁଞ୍ଜୁ,

ଜନନୀ ଭାଷାର ଶିକ୍ଷା ମିଳୁ ରାଷ୍ଟ୍ରେ

ମହାମନ୍ତ୍ର ପରି ଗୁଞ୍ଜୁ।


Rate this content
Log in

Similar oriya poem from Abstract