STORYMIRROR

Balaram Sethi

Abstract

4  

Balaram Sethi

Abstract

ନୂତନ ଯୁଗର ବାର୍ତ୍ତା

ନୂତନ ଯୁଗର ବାର୍ତ୍ତା

1 min
373

ସଂସାରର ଏହି ରଙ୍ଗ ମଞ୍ଚ ପରେ

   ଆମେ ସବୁ କଳାକାର

   ଜୀବନ ନାଟକ ଜବନିକା ପରେ

   ବାହୁ ଡିବା ନିଜ ଘର ।


   କ୍ଷଣ ସ୍ଥାୟୀ ଏହି ଦୁନିଆଁ ବକ୍ଷରେ

   ଦେବତା ଜନ୍ମିଲେ ମରେ

   ସାର୍ଥକ ଜୀବନ  ଅଟଇ ତାହାର

   ଯା ପାଇଁ ଏ ମାଟି ଝୁରେ ।


   କିନ୍ତୁ ଏ  ସମାଜ  କଳୁଷିତ କରେ

   ଆଧୁନିକା  ମାଆ ମାନେ

   କୋମଳ ମୋତିସେ ଶିଶୁ ଜନ୍ମ ଦେଇ

   ଫୋପାଡନ୍ତି ଏଣେ ତେଣେ ।


   କିଏ ବୁଦା ମୂଳେ କିଏ ନଦୀ କୂଳେ

   କିଏ ପୁଣି ରାସ୍ତା କଡେ

   ଏମିତି ଯେ କେତେ ଘଟଣା ଘଟୁଛି

   ଶିଶୁ ଟି ବିପଦେ ପଡେ ।


   ମାତୃ ଗର୍ଭୂ ଜନ୍ମ  ଶିଶୁ ଟିଏ ପରା

   ମାଟି ମାଆ ସ୍ପର୍ଶ ପାଇ

   ପ୍ରଥମରେ କୁଆଁ କୁଆଁ ରାବ ଛାଡ଼ି

   ଆସିଛି ମର୍ତ୍ୟେ ଓହ୍ଲାଇ ।


   ଭାବିଲେନି ଥରେ ମାତୃ ଗର୍ଭ କଥା

   ଏ ବକି ନିଷ୍ଠୁର ପନ୍ଥା

   ବିଲୁଆ କୁକୁର ଚୋବାଇ ଖାଆନ୍ତି

   କିଏ ପାଇଯାଏ ରକ୍ଷା ।


   ଆଖି କହେ ତାର ଅନେକ କଥା ଯେ

   ନୂତନ ଯୁଗର ବାର୍ତ୍ତା

   ଛୋଟ ଶିଶୁ  ପାଇଁ ଏ  କି ଅନ୍ୟାୟ

   ବୁଝନି ତା ମନ କଥା ।


   ସବୁରି ନୟନେ ସିଏ ଭଗବାନ

   ବିଧାତା ସ୍ୱରୂପ ପରି

   ଭୂମି ପରେ ସେତ ଆଣ୍ଠୁଆ ଗୋପାଳ

   ଶିଶୁ ରାଇଜର ପରୀ ।

 

   ମନର ଭାରା କୁ କରେ ସେ ଲାଘବ

   ହସ ରେ ଥାଏ ମଧୁର

   କିଏ ସେ ବୁଝିବ  ତାର ମନ କଥା

   କାନ୍ଦୁ ଥାଏ ଆସୁମାର ।


   ଛୋଟ ଶିଶୁ ବୋଲି ନ କରିବ ହେୟ

   ଜତନେ  ବଢାଇ ଦିଅ

   ଝିଅ ପୁଅ ଭାବି ନରଖିବ ଭେଦ

   ସଭିଙ୍କୁ କୋଳେଇ ନିଅ ।


Rate this content
Log in

Similar oriya poem from Abstract