ନୂତନ ଯୁଗର ବାର୍ତ୍ତା
ନୂତନ ଯୁଗର ବାର୍ତ୍ତା
ସଂସାରର ଏହି ରଙ୍ଗ ମଞ୍ଚ ପରେ
ଆମେ ସବୁ କଳାକାର
ଜୀବନ ନାଟକ ଜବନିକା ପରେ
ବାହୁ ଡିବା ନିଜ ଘର ।
କ୍ଷଣ ସ୍ଥାୟୀ ଏହି ଦୁନିଆଁ ବକ୍ଷରେ
ଦେବତା ଜନ୍ମିଲେ ମରେ
ସାର୍ଥକ ଜୀବନ ଅଟଇ ତାହାର
ଯା ପାଇଁ ଏ ମାଟି ଝୁରେ ।
କିନ୍ତୁ ଏ ସମାଜ କଳୁଷିତ କରେ
ଆଧୁନିକା ମାଆ ମାନେ
କୋମଳ ମୋତିସେ ଶିଶୁ ଜନ୍ମ ଦେଇ
ଫୋପାଡନ୍ତି ଏଣେ ତେଣେ ।
କିଏ ବୁଦା ମୂଳେ କିଏ ନଦୀ କୂଳେ
କିଏ ପୁଣି ରାସ୍ତା କଡେ
ଏମିତି ଯେ କେତେ ଘଟଣା ଘଟୁଛି
ଶିଶୁ ଟି ବିପଦେ ପଡେ ।
ମାତୃ ଗର୍ଭୂ ଜନ୍ମ ଶିଶୁ ଟିଏ ପରା
ମାଟି ମାଆ ସ୍ପର୍ଶ ପାଇ
ପ୍ରଥମରେ କୁଆଁ କୁଆଁ ରାବ ଛାଡ଼ି
ଆସିଛି ମର୍ତ୍ୟେ ଓହ୍ଲାଇ ।
ଭାବିଲେନି ଥରେ ମାତୃ ଗର୍ଭ କଥା
ଏ ବକି ନିଷ୍ଠୁର ପନ୍ଥା
ବିଲୁଆ କୁକୁର ଚୋବାଇ ଖାଆନ୍ତି
କିଏ ପାଇଯାଏ ରକ୍ଷା ।
ଆଖି କହେ ତାର ଅନେକ କଥା ଯେ
ନୂତନ ଯୁଗର ବାର୍ତ୍ତା
ଛୋଟ ଶିଶୁ ପାଇଁ ଏ କି ଅନ୍ୟାୟ
ବୁଝନି ତା ମନ କଥା ।
ସବୁରି ନୟନେ ସିଏ ଭଗବାନ
ବିଧାତା ସ୍ୱରୂପ ପରି
ଭୂମି ପରେ ସେତ ଆଣ୍ଠୁଆ ଗୋପାଳ
ଶିଶୁ ରାଇଜର ପରୀ ।
ମନର ଭାରା କୁ କରେ ସେ ଲାଘବ
ହସ ରେ ଥାଏ ମଧୁର
କିଏ ସେ ବୁଝିବ ତାର ମନ କଥା
କାନ୍ଦୁ ଥାଏ ଆସୁମାର ।
ଛୋଟ ଶିଶୁ ବୋଲି ନ କରିବ ହେୟ
ଜତନେ ବଢାଇ ଦିଅ
ଝିଅ ପୁଅ ଭାବି ନରଖିବ ଭେଦ
ସଭିଙ୍କୁ କୋଳେଇ ନିଅ ।
