STORYMIRROR

Ajit Kumar Raut

Abstract Inspirational

4  

Ajit Kumar Raut

Abstract Inspirational

ଦୁର୍ଗାଙ୍କର କାତ୍ୟାୟନୀ ରୂପ

ଦୁର୍ଗାଙ୍କର କାତ୍ୟାୟନୀ ରୂପ

1 min
353

ପରା ଷଷ୍ଠ ରୂପା ଷଷ୍ଠ ଦିବସରେ

  ମା ଦୁର୍ଗାଙ୍କର ପୂଜନେ,

କାତ୍ୟୟନୀ ନାମ ଗୁଞ୍ଜୁଛି ଧରାରେ

   ପୂଜନ ଶକ୍ତି ପୂଜନେ।


ଦୁର୍ଗାଙ୍କ ଜନମ କାତ୍ୟ ଗୋତ୍ରେ ଯହିଁ

  କାତ୍ୟୟନ ପୁତ୍ରୀ ରୂପେ,

ଥିଲେ କାତ୍ୟୟନ ମହର୍ଷି ଭାଇରେ

  ଜନ୍ମ ଋଷି ପୁତ୍ରୀ ରୂପେ।


ଚତୁର୍ଭଜ ଧରି ଜନମ ତାଙ୍କର

  ପାପ ଭାର ନିବାରଣେ,

ରଙ୍ଗ ସୁବର୍ଣ୍ଣର ପରିଟା ଦେହରେ

  ମର୍ତ୍ତଜନଙ୍କ କଲ୍ୟାଣେ।


ବର ମୁଦ୍ରା ଯହିଁ ହସ୍ତଟି ତାଙ୍କର

  ଆଶିର୍ବାଦ ଦେବେ ଜନେ,

କିପରି ବର୍ଣ୍ଣିବି ଶକ୍ତି ରୂପ ତାଙ୍କ

  ନାହିଁ ଶକ୍ତି ମୋ ଜୀବନେ।


ଉତ୍କଳୁ ବିଚ୍ଛିନ ଝାଡ଼ଖଣ୍ଡ ରାଜ୍ୟେ

  ଓଡ଼ିଆ ଭାଷଟି କାହିଁ,

କଳାବାଡିଆ ଗାଁ ଘରରେ ମୋହର

  ଓଡ଼ିଆ ର ଶିକ୍ଷା ନାହିଁ।


ବ୍ଲକ ଶାଖା ମୋର ରାଜନଗରଟି

  ସଢୈଇକଳା ମୋ ଜିଲ୍ଲା,

ବର୍ଣ୍ଣୁଛି ତଥାପି କାତ୍ୟୟନୀ ରୂପ

  ସିଂହଭୂମ ଥିଲା ଜିଲ୍ଲା।


ଓଡ଼ିଆର ଜ୍ଞାନ ନାହିଁରେ ମୋହର

  ଦୁର୍ଗାଙ୍କ କରେ ରଚନା,

କାତ୍ୟୟନୀ ରୂପ ଷଷ୍ଠ ଦିବସର

   ଶକ୍ତିଙ୍କ କରେ ବର୍ଣ୍ଣନା।


ଭୁଲ ଥିଲେ କ୍ଷମା କରିଦେବ ଭାଇ

   କରୁଅଛି ଚେଷ୍ଟା ମୁହିଁ,

ଓଡ଼ିଆରେ ଶିକ୍ଷା ମିଳୁ ଝାଡ଼ଖଣ୍ଡେ

   ଭଜେ କାତ୍ୟୟନୀ ମୁହିଁ।


ଧୂସର ରଙ୍ଗଟି ଶୁଭ ଅଟେ ଭାଇ

   ମହିଳା ହିଁ ଜାଣିଥାନ୍ତି,

ଧୂସର ବସ୍ତ୍ରରେ ପରିଧାନ ହୋଇ

   ପୂଜା ନାରୀ କରୁଥାନ୍ତି।


ଦୁଷ୍ଟର ଶକ୍ତିକୁ ବିନାଶ କରିବେ

  ଧରି କାତ୍ୟୟନୀ ରୂପ,

ମର୍ତ୍ତପୂରେ ଶକ୍ତି ଆବିର୍ଭାବ ଯହିଁ

  ଷଷ୍ଠ ଦିବସର ରୂପ।


ଦୟା କର ମାତା ଶକ୍ତି କାତ୍ୟୟନୀ

  ଓଡ଼ିଆରେ ଶିକ୍ଷା ମିଳୁ,

ଧ୍ୟାନ ପଡୁ ମାତା ବିଚ୍ଛିନ୍ନାଞ୍ଚଳରେ

  ଓଡ଼ିଆ ଗୌରବ ମିଳୁ।


ପୂଜା କରେ ମୁହିଁ ଷଷ୍ଠ ଦିବସରେ

  କାତ୍ୟୟନୀ ଦୟାକର,

ଓଡ଼ିଆଙ୍କ ଇଚ୍ଛା ପୂର୍ଣ୍ଣକର କରିଦିଅ

  ଅଭିଳାଷା ପୂର୍ଣ୍ଣ କର।


ତବ କରୁଣାରୁ ସମ୍ଭବଟି ହେବ

  ପଢିବୁ ଓଡ଼ିଆ ପାଠ,

ଓଡ଼ିଆରେ ଶିକ୍ଷା ମିଳୁ ସିଂହଭୂମେ

  ମିଳୁ ମାତୃଭାଷା ପାଠ।


ନବଦୁର୍ଗା ପରା ଆରାଧ୍ୟ ଆମର

  ଆଶିର୍ବାଦ ତାଙ୍କ ହେବ,

ଅସମ୍ଭବ ସବୁ ସମ୍ଭବ କରିବେ

  କରୁଣା ତାଙ୍କର ଥିବ।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract