ମୋ ଦେଶ
ମୋ ଦେଶ
ଏ ଭାରତ ବର୍ଷ
ମୋ ଦେଶ
ସଂସ୍କାର ସଂସ୍କୃତି ରେ ଭରା
ତା'ର ପରିବେଶ
ଏ ମୋ ଭାରତ ବର୍ଷ ।
ଜାତି, ଧର୍ମ, ବର୍ଣ୍ଣ ନିର୍ବିଶେଷେ
ଆମେ ସମସ୍ତେ ଅଟୁ ମଣିଷ
ନାହିଁ ଭେଦଭାବ
ନାହିଁ ମତଭେଦ
ଆମେ ସଭିଏଁ ଭାରତୀୟ
ଭାରତ ମାତାର ସନ୍ତାନ ଆମେ
ଭାରତ ଆମ ଦେଶ ।
ନାହିଁ ଉଚ୍ଚ ନୀଚ୍ଚ
ନାହିଁ ଭେଦଭାବ
ନାହିଁ ଆମ ମଧ୍ୟେ ସଂଘର୍ଷ
ସଂସ୍କାର ସଂସ୍କୃତି ପରମ୍ପରାକୁ ନେଇ
ସମୃଦ୍ଧ ଆମ ଏ ଦେଶ
ତନ ମନ କୁ ଏକ କରି
ଭାଷା, ପୋଷାକ, ଖାଦ୍ୟକୁ ଏକ କରି
ମାଟି ମା ଆମ ଭାରତ ବର୍ଷ
ସୁନ୍ଦର ସଂସ୍କୃତି ସୁନ୍ଦର ମୋ ପରିବେଶ
ଏହି ପରିବାର ପରିବେଶ କୁ ନେଇ
ଗଢା ମୋ ଦେଶ
ସେ ମୋ ମା ମୋ ଭାରତ ବର୍ଷ ।
ଭାଇଚାରା ଶାନ୍ତି ମୈତ୍ରୀ କୁ ନେଇ
ଗଢା ଆମ ଏ ସୁନାର ଭାରତ ବର୍ଷ
ନାହିଁ ଏଠି ପର ଆପଣା ଭାବ
ନାହିଁ ଏଠି ଉଚ୍ଚ ନୀଚ୍ଚ ଭେଦଭାବ
ଶାନ୍ତି ମୈତ୍ରୀ ଏକତା ରେ ଗଢା
ଏଇ ମୋ ଦେଶ ଭାରତ ବର୍ଷ ।
