Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Bauribandhu Lenka

Inspirational

4.6  

Bauribandhu Lenka

Inspirational

ଅଖଣ୍ଡ ରଖିବା ଦେଶ ଆମର

ଅଖଣ୍ଡ ରଖିବା ଦେଶ ଆମର

1 min
428



ସ୍ୱାଧୀନତା ସ୍ୱାଦ—

ଜାଣିବେ କିପରି ବର୍ତ୍ତମାନ ଅବା 

ଆଗାମୀ କାଲିର ପିଢି ।

ଜାଣନ୍ତି କି ସିଏ କେତେ କଷ୍ଟ ହୁଏ

ପିନ୍ଧିଦେଲେ ଥରେ 

ପରାଧୀନତାର ବେଡି ॥


ଇତିହାସ କହେ—

ଶହ ଶହ ବର୍ଷ ପରାଧୀନ ଥିଲା 

ଆମ ଏ ଭାରତବର୍ଷ ।

ଦରିଆ ସେପାରି ଇଂରେଜ ବେପାରୀ

ଆସି କରିଥିଲା 

ଏ ଦେଶକୁ ନିଜ ବଶ ॥


ନଥିଲା କି ଆମ ପୂର୍ବ ପୁରୁଷଙ୍କ 

ବଳ ବୀର୍ଯ୍ୟ ବୀରପଣ ?

ଛାଡିଦେଲେ ତାଙ୍କୁ ଏତେ ବଡ ଦେଶ

କରିବା ପାଇଁ ଶାସନ ॥


ପ୍ରଶ୍ନର ଉତ୍ତର ଦିଶେ ଜଳ ଜଳ

ନଥିଲା ଆମ ଏକତା ।

ରାଜୁଡା ଶାସନ ଚାଲିଥିଲା ଏଠି

ରାଜ୍ୟ ରାଜ୍ୟ ମଧ୍ୟେ 

ଥିଲା ଅନେକ ଭିନ୍ନତା ॥


ଶହ ଶହ ବର୍ଷ ପ୍ରତୀକ୍ଷାର ଅନ୍ତେ

ହୋଇଛେ ଆମେ ସ୍ୱାଧୀନ ।

ସେଥିପାଇଁ ଲୋକ କରିଛନ୍ତି ତ୍ୟାଗ

ଦେଇଛନ୍ତି ବଳିଦାନ ॥


ବଦଳିଛି ଆମ ଶାସନ ପଦ୍ଧତି

ବଦଳିଛନ୍ତି ଶାସକ।

ଶାସନ ପାଇଁକି ପ୍ରତିନିଧି ଆଜି

ବାଛୁଛନ୍ତି ଆମ ଲୋକ ॥


ବିଭିନ୍ନ ଧର୍ମର ଲୋକମାନେ ଏଠି

କରୁଛନ୍ତି ବସବାସ ।

ସଗରବେ ଆମେ ବିଶ୍ୱେ କହୁ ଆଜି

ଧର୍ମ ନିରପେକ୍ଷ ଦେଶ ॥


ହେଲେ ଯେଉଁ ଐକ୍ୟ ଅଭାବ ପାଇଁକି

ଥିଲୁ ଦିନେ ପରାଧୀନ,

ସେ ଅଭାବ ଆଜି ଦେଖିବାକୁ ମିଳେ

ମନେ ଆଣେ ଆଲୋଡନ ॥


ବିଚ୍ଛିନ୍ନତା ସ୍ୱର ଶୁଣାଯାଏ ଆଜି

ଗୁଞ୍ଜରିତ ଭିନ୍ନ ପ୍ରାନ୍ତ ।

ଉତ୍ତୁଙ୍ଗ ସ୍ୱରେ ମାଗନ୍ତି ଆଜାଦୀ

ନୁହେଁ ଏ ଶୁଭ ସଙ୍କେତ ॥


ସ୍ୱାଧୀନତାବେଳେ ଧର୍ମ ଆଧାରରେ

ବିଭାଜିତ ଏହି ଦେଶ।

ପୁନଃ ବିଭାଜନ କରିବାକୁ କେବେ

ଦେବୁନାହିଁ ଅବକାଶ ॥


ଆସ ମୋର ପ୍ରିୟ ଦେଶବାସୀ ଆଜି

ନିଅ ଏ ବଜ୍ର ଶପଥ ।

ଅଖଣ୍ଡ ରଖିବା ଦେଶକୁ ଆମର

ସଦା ଥିବ ସୁରକ୍ଷିତ ॥

******






Rate this content
Log in

Similar oriya poem from Inspirational