STORYMIRROR

Gouri Panda

Inspirational

3  

Gouri Panda

Inspirational

ବିବେକାନନ୍ଦ

ବିବେକାନନ୍ଦ

1 min
191


ପୁଣି ସୂରୁଜ ଉଇଁବ ଆଲୋକ ବାଣ୍ଟିବ 

ଘନ ତିମିର ହଟାଇ ହସ ଫୁଟାଇବ। 

ଯୋଗ୍ୟ ସନ୍ତାନ ଜନମି ଦୁଃଖ ହଟିବ

ଏଇ ଭାରତ ଜନନୀ ଉଜ୍ଜୀବିତ ହେବ। 

ଜନ୍ମିବେ ବିବେକାନନ୍ଦ ଖେଳିବ ସାନନ୍ଦ 

ଭାରତମାତାର କୋଳେ ଆହାଃ କି ଆନନ୍ଦ।

ସଫଳ ହେବ ସପନ ଆସିବ ସୁଦିନ

ଧର୍ମ ପାଇଁ, ଦେଶ ପାଇଁ ଜନ୍ମିବେ ସୁଜନ। 

ଦେଶ, ବିଦେଶରେ ହେଲା ମାଆ ପରିଚିତ 

କରିଲେ ବିବେକାନନ୍ଦ କର୍ମ ଯେ ଉଚିତ। 

ଜନମି ଭାରତ କୋଳେ ସୁଯୋଗ୍ୟ ସନ୍ତାନ 

ଉଡାଇ ବିଦେଶେ ଧ୍ବଜା ରଖିଗଲେ ମାନ। 

ଆଜି ପୁଣି ଇଚ୍ଛା ହୁଏ ଖୋଜିବାକୁ ତାଙ୍କୁ 

ଜନ୍ମିବେ କି ସେଇ ବୀର ଦୁଃଖ ହରିବାକୁ। 

ହୁଅ ତୁମେ ବାରବାର ଜନ୍ମ ଭାରତ ରେ

ତୁମ ପାଇଁ ମାଆ ଆଜି ତୁମ ଅପେକ୍ଷା ରେ। 

ଗୁଞ୍ଜରିତ ଶଙ୍ଖ ନାଦ ତୁମ ଆଗମନେ 

ଆସହେ ବିବେକାନନ୍ଦ ମାଆ ଆମନ୍ତ୍ରଣେ।

ଶତ କୋଟି ଜନତାର କୋହ ଆଜି ଶୁଣ 

ଧରା ବକ୍ଷରେ ଆଜି କର ଅବତରଣ। 

ଘେନ ଆମ ଶତ କୋଟି ପ୍ରେମ ନିବେଦନ 

ଚାହୁଁ ଅଛୁ ଶୁଭାଶିଷ ହେ ଯୋଗ୍ୟ ସନ୍ତାନ। 


Rate this content
Log in

Similar oriya poem from Inspirational