ମକର ପର୍ବ
ମକର ପର୍ବ
ହିନ୍ଦୁମାନଙ୍କର ପର୍ବ ମକର ସଂକ୍ରାନ୍ତି,
ଇହୁଦୀ ଓ ରୋମାନ ବି ପାଳନ କରନ୍ତି ।
ଦକ୍ଷିଣ ଭାରତେ ଏହା ପୋଙ୍ଗଲ ନାମରେ,
ପାଳିଥାନ୍ତି, ସ୍ନେହ, ପ୍ରେମ, ସଦଭାବନାରେ ।
ଏ ମକର ଠାରୁ ଦିନ ବଡ଼ ହୋଇ ଚାଲେ,
ସୂର୍ଯ୍ୟଙ୍କର ତେଜ ମଧ୍ୟ ବଢ଼ି ବଢ଼ି ଚାଲେ ।
ଏହିଦିନୁ ଛ'ମାସ ଉତ୍ତରାୟଣ ଗତି,
ଏ ସମୟେ ମୃତ୍ୟୁ ଗଲେ ସ୍ୱର୍ଗ ହୁଏ ପ୍ରାପ୍ତି ।
ନଦୀତଟ ସରୋବର ମହୋଦଧି ତୀରେ,
ମକର ମେଳା ହୁଅଇ ଏହି ଦିନଟିରେ ।
ଏହି ଦିନ ସ୍ନାନ ଅନ୍ତେ ସୂର୍ଯ୍ୟଙ୍କୁ ପୂଜିଲେ
,
ସର୍ବପାପ ନାଶ ହୁଏ ପୁରାଣ ବୋଲିଲେ ।
ନୂଆଧାନରୁ ପ୍ରସ୍ତୁତ ଅପକ୍ୱ ଅରୁଆ,
ଘିଅ, କ୍ଷୀର, ନୂଆଗୁଡ଼, ଛେନା ଓ ନଡ଼ିଆ ।
ପାଚିଲା କଦଳୀ ମିଶି ପ୍ରସ୍ତୁତ ଯେ ହୁଏ,
ମକର ଚାଉଳ ନାମେ ଭୋଗ ଲାଗି ଥାଏ ।
ଗୃହଦେବତାଙ୍କୁ ପୂଜି ଖଳାରେ ପୂଜନ୍ତି,
ମକର ଚାଉଳ ଖାଇ ମକର ବସନ୍ତି,
ରାଜସୂୟ ଯଜ୍ଞଫଳ ପ୍ରାପ୍ତ କରେ ଜନ ।
ଜଗନ୍ନାଥଙ୍କୁ ଦର୍ଶନ କଲେ ଏହି ଦିନ
ଗୁଡ଼ିଉଡ଼ା ପ୍ରତିଯୋଗିତା ପ୍ରସ୍ତୁତ ହୁଏ,
ସଂକ୍ରାନ୍ତି ମକର ପର୍ବ ଭୁଲି ନ ହୁଏ ।