ଝରକା ର ଆରପାଖେ
ଝରକା ର ଆରପାଖେ
ଝରକର ଆର ପାଖେ
ବିସ୍ତିର୍ଣ୍ଣ ସେ ବେଳାଭୂମି
ଉତ୍ତପ୍ତ ବାଲୁକା ରାଶି
ମୃଗତୃଷ୍ଣ ଭ୍ରମ ସୃଷ୍ଟି କରେ
କାକ୍ ଟସ୍ କଣ୍ଟା ବୁଦା ପରିବୃତ୍ତ
ଯାଯାବର ଜୀବନ ଅକଥନୀୟ କଷ୍ଟ
ମରୁ ଜାହାଜ ଆଶ୍ରା କରେ ।
ଗମନାଗମନ ଦୁର୍ବିସହ
ପିଲା ଠାରୁ ବୃଦ୍ଧ ଯାଏ
ମରୁଭୂମିର ସୀମା ହୀନ ନିରବତା
ଆଶା ଆକାଂକ୍ଷା ମଉଳି ଯାଏ
ଭବିଷ୍ୟତ ସ୍ବପ୍ନ ପାଲଟେ
ଢୋକେ ପିଇ ଦଣ୍ଡେ ଜିଇଁବାର
ଆପ୍ରାଣ ଉଦ୍ୟମ ।
ମଧୁର ପୀୟୁଷ ସମ
କେବେ କେଉଁଠି କ୍ଷୁଦ୍ର ଝରଣା
ଘନକୃଷ୍ଣ ଫୁଙ୍ଗୁଳା ଶରୀର
କର୍କଶ କେଶ ରାଶି
ସ୍ବପ୍ନର ତାଜମହଲ ଉପହାସ କରେ
ଦେଖ୍ ଝରକା ଆରପାଖେ ।
ଯନ୍ତ୍ରଣାର ଜଉ ଘରେ
ବଂଞ୍ଚିବାର ଆପ୍ରାଣ ଉଦ୍ୟମ
ଦିବସରେ ଅଗ୍ନି ପିଣ୍ଡୁଳା ସମ
ରାତ
୍ରୀ ହିମଖଣ୍ଡ ପରି
ଏଇତ ଜୀବନ ।
କେଉଁଠି ଉତ୍ତପ୍ତ କେଉଁଠି ଶୀତଳ
ପୁଣି ନାତିଶୀତୋଷ୍ଣ ପରି
ଭୂମି ରୂପ ନାହିଁ ରୂପ ରେଖ
ହେଲେ ବି ଏକତା ସୂତ୍ରରେ
ବନ୍ଧା ଏକ ସୁନ୍ଦର ମାଳା
ରଙ୍ଗ ବେରଙ୍ଗ ପୁଷ୍ପ ସମ୍ଭାର
ଏହାହିଁ ତ ପରିଚୟ ଆମ
ଆର୍ଯ୍ୟାବର୍ତ୍ତ ବିସ୍ତିର୍ଣ୍ଣ ଭୂଖଣ୍ଡ ।
ହିମଖଣ୍ଡେ ଆବୃତ୍ତ ହିମାଳୟ
ଦୁର୍ବିସହ ଜୀବନ ଅକଥନୀୟ
ଜୀବନ ଜୀବିକା
ଗରମ ବସ୍ତ୍ରେ ଆବୃତ୍ତ ଶରୀର
ପେଟ ଚାଖଣ୍ଡ ପାଇଁ ସଂଘର୍ଷ
ବାରମ୍ବାର ଆତଙ୍କ ଖେଳାଏ ଆତଙ୍କବାଦୀ
ଷଡ଼ଯନ୍ତ୍ର କରେ ପୋଡଶୀ ପାକିସ୍ତାନ ।
ମାଟି ପାଇଁ ମହାଭାରତ
ଦୀର୍ଘ ପଞ୍ଚସ୍ତରୀ ବର୍ଷ ହେଲା
ଲାଗି ରହିଛି କଳହ
ମାଆ ପାଇଁ ବଳି ଦିଏ ସନ୍ତାନ
ଶିକ୍ଷା ସ୍ବାସ୍ଥ୍ୟ ସବୁ ବିପର୍ଯ୍ୟୟ
ଝରକା ର ଆରପାଖେ ।