"ବନ୍ଧୁ"
"ବନ୍ଧୁ"
ବନ୍ଧୁ ତ ବନ୍ଧୁ ସେ ହିଁ ବନ୍ଧୁ,
ବଚନେ ତାହାର ସତ୍ୟ ମଧୁ ।
ସାହାଯ୍ୟର ହାତ ସେ ବଢ଼ାଏ,
ବିପଦ ଆପଦେ ତୋଳି ନିଏ ।
ତା'ର ସେବାଦାନ ମନୋଭାବ,
ନିଃସ୍ୱାର୍ଥ କାର୍ଯ୍ୟେ ତା' ଦିନ ଯିବ ।
ପ୍ରଶଂସାର ପାତ୍ର ସେ ମଣଇ,
ମୋର ବନ୍ଧୁ ପରି କେ ନୁହଇ ।
ଜଗତେ ଧନ୍ୟ ଯେ ମୋର ବନ୍ଧୁ,
ମନମୋହନିଆ ଜଗବନ୍ଧୁ ।
ବନ୍ଧୁ ମହାନ୍ତି ତା'ପ୍ରିୟ ବନ୍ଧୁ,
ଦାସିଆ ନଡ଼ିଆ ତା'ର ଇନ୍ଦୁ ।
ପାପୀ ତପୀ ର ସେହି ବନ୍ଧୁ,
ଯୁଗେ ଯୁଗେ ମହନୀୟ ବନ୍ଧୁ ।